ବିଶ୍ୱ

ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗ : ୯୬ ବର୍ଷରେ ସ୍କଟଲ୍ୟାଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ

ବ୍ରିଟେନ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ। ୯୬ ବର୍ଷରେ ସ୍କଟଲ୍ୟାଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏଲିଜାବେଥ୍ । ତାଙ୍କ ମୃତ୍ୟୁ ନେଇ ରାଜପରିବାର ପକ୍ଷରୁ ସୂଚନା ଦିଆଯାଇଛି । ରାଣୀଙ୍କ ବିୟୋଗରେ ବ୍ରିଟେନଓ୍ବେରେ ପତାକା ଅର୍ଦ୍ଧନମିତ କରାଯିବା ସହ 10ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା। ତାଙ୍କ ମୃତ୍ୟୁ ନେଇ ରାଜପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ରାଣୀ ଶାନ୍ତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତକିଛି ମାସ ହେଲା ଏଲିଜାବେଥଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା ।

ରାଣୀ ଏଲିଜାବେଥଙ୍କ ହେଦାନ୍ତ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ୍ ନୂଆ ଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୭୩ ବର୍ଷୀୟ ଚାର୍ଲସ୍ ଏବେ କିଙ୍ଗ ଚାଲର୍ସ-ଥ୍ରୀ ଭାବେ ପରିଚିତ ହେବେ । ସେ ଆଜି ବ୍ରିଟେନବାସୀଙ୍କୁ ସମ୍ବୋଧନ କରିବେ । ୧୯୪୮ରେ ଚାର୍ଲସ ଜନ୍ମଗ୍ରହଣ କରିଥିଲେ ।

୧୯୬୯ରେ ତାଙ୍କୁ ଆନୁଷ୍ଠାନିକ ଭାବେ ରାଣୀ ଏଲିଜାବେଥଙ୍କ ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇଥିଲା । ବ୍ରିଟିଶ ସେନାରେ ମଧ୍ୟ କାର୍ଯ୍ୟ କରିଛନ୍ତି ଚାର୍ଲସ୍ । ବ୍ରିଟେନର ରାଜପରିବାର ସଦସ୍ୟ ହେବା ସହ ସେ ପରିବେଶ ସୁରକ୍ଷା ଓ ଶିକ୍ଷାର ପ୍ରସାର ଦିଗରେ କାର୍ଯ୍ୟ କରିଆସୁଛନ୍ତି । ଚାଲର୍ସ ୧୯୮୧ରେ ଡାଏନାଙ୍କୁ ବିବାହ କରିଥିଲେ । ପରେ ଦୁର୍ଘଟଣାରେ ଡାଏନାଙ୍କ ମୃତ୍ୟୁ ଘଟିଥିଲା ।

 

Related posts

ବ୍ରିଟେନରେ ଚିହ୍ନଟ ହେଲା ବିରଳ ଭୂତାଣୁ ମଙ୍କିପକ୍ସ

mahabharatanews

ଅଙ୍କଲ ଡାକି ନିଲମ୍ବିତ ହେଲେ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

mahabharatanews

ଫେରିଲା ୟୁକ୍ରେନରେ ପ୍ରାଣ ହରାଇଥିବା ମେଡିକାଲ ଛାତ୍ରଙ୍କ ମୃତ ଶରୀର, ଶେଷ ଦର୍ଶନ ପରେ କରାଯିବ ମୃତଦେହକୁ ଦାନ

mahabharatanews