ଓଡିଶା

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ପୁସ୍ତକ ମେଳା ଉଦଘାଟିତ

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ୨୭ତମ ଜଗତସିଂହପୁର ପୁସ୍ତକ ମେଳା ଉଦଘାଟିତ ହୋଇ ଯାଇଅଛି। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ଭାଗିରଥି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବାଲିକୁଦା ଏରସମା ବିଧାୟକ ସାରଦା ଜେନା, ପୋୖରାଧ୍ୟକ୍ଷା ଅର୍ଚ୍ଚନା ସିଂ, ଜିଲ୍ଲାପାଳ ଏବଂ ଏସପି ପ୍ରମୁଖ ଯୋଗଦେଇ ପୁସ୍ତକ ମେଳା ପରିସରକୁ ଉଦଘାଟନ କରିଛନ୍ତି। ପରେ ଆୟୋଜିତ ସାହିତ୍ୟ ମଞ୍ଚରେ ଅତିଥିମାନେ ପୁସ୍ତକର ଆବଶ୍ୟକତା, ଉପଯୋଗୀତା ତଥା ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସାଂସ୍କୃତିକ ବିଚିତ୍ରା ପରିବେଷଣ କରାଯାଇଥିଲା। ତେବେ ଚଳିତ ପୁସ୍ତକ ମେଳାକୁ ଉପଭୋଗ କରିବା ସହିତ ସାଧାରଣ ବଜାରେ ମିଳୁ ନଥିବା ଗୁରୁତ୍ୱପୂର୍ଣ ପୁସ୍ତକ ଗୁଡିକୁ ଉପଲବ୍ଧି କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି ଜିଲ୍ଲାପାଳ ତଥା ପୁସ୍ତକ ମେଳା କମିଟି ଅଧ୍ୟକ୍ଷ।

Related posts

୧୨ କେଜି ଗଞ୍ଜେଇ ଜବତ, ୩ ଗିରଫ

mahabharatanews

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ବିଭାଗ ଦ୍ଵାରା ଶତାଧିକ ଶୁଆ ଶାଵକ ଉଦ୍ଧାର

mahabharatanews

୨୪ରୁ ପୁଣି ମେଘୁଆ ପାଗ 

mahabharatanews