ଓଡିଶା

ବ୍ୟାଣ୍ଡପାର୍ଟି ଗାଡି ଓଲଟି ୨୦ ଆହତ

(ମହାଭାରତ, ଭବାନୀପାଟଣା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁରେ ଏକ ସଡକ ଦୂର୍ଘଟଣା ଘଟିଛି । ଏଠାରେ ଏକ ବ୍ୟାଣ୍ଡପାର୍ଟି ଗାଡି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଛି । ଏଥିରେ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଣ୍ଡପାର୍ଟି ଗାଡିଟି ଲୋକମାନଙ୍କୁ ନେଇ ସୁପାଡ ଗାଁରୁ ଭାଲିଆଯୋରକୁ ବିବାହ ପାଇଁ ଯାଇଥିଲା । ଗତ ଶୁକ୍ରବାର ସନ୍ଧ୍ୟାରେ ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରୁଥିଲା । ଏହି ସମୟରେ ଲଡୁଗାଁ ଠାରେ ଗାଡିଟି ରାସ୍ତାକଡକୁ ଓଲଟି ପଡିଥିଲା । ଗାଡିରେ ୨୦ ଜଣ ଯାତ୍ରୀ ଥିଲେ । ଦୂର୍ଘଟଣା ପରେ ଗାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଆହତମାନଙ୍କୁ ଉଦ୍ଧାର ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯ।।ଇଛି । ସମସ୍ତଙ୍କୁ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ୯ ଜଣଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଏନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଓଏସ୍ଏସଟିଇଟି ପରୀକ୍ଷାରେ ଅସାଧୁ ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ

mahabharatanews

ଭାରତ ବନ୍ଦରେ କମିଲା ସୁନା ଦର

mahabharatanews

ଟ୍ରାକ୍ଟର ଓଲଟି ୩ ଜଣଙ୍କ ମୃତ୍ୟୁ

mahabharatanews