ଓଡିଶା

ଓଏସ୍ଏସଟିଇଟି ପରୀକ୍ଷାରେ ଅସାଧୁ ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଟିଚର୍ ଇଲିଜିବେଲିଟି ଟେଷ୍ଟ (ଓଏସ୍ଏସଟିଇଟି) ପରୀକ୍ଷା ଆଜି ହେଉଛି । ଏହି ପରୀକ୍ଷାରେ କପି ରୋକିବାକୁ ସରକାର ନେଇଛନ୍ତି ଅଭିନବ ପଦକ୍ଷେପ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କପି ରୋକିବାକୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । କୌଣସି ପରୀକ୍ଷାର୍ଥୀ କପି କରୁଥିବା ଧରାପଡିଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଉ ସେହି ପରୀକ୍ଷାର୍ଥୀ ଓଏସଏସଟିଇଟି ପରୀକ୍ଷା ଦେଇ ପାରିବେ ନାହିଁ । ତାଙ୍କୁ ପରୀକ୍ଷାରୁ ଆଜୀବନ ବାସନ୍ଦ କରାଯିବ ବୋଲି କୁହାଯାଇଛି । ଏନେଇ ଜିଲ୍ଲା ଶିକ୍ଷାଅଧିକାରୀ ଓ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଚଳିତ ବର୍ଷ ରାଜ୍ୟର ୨୮୮ଟି କେନ୍ଦ୍ରରେ ୫୩ ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରୁଛନ୍ତି। ପରୀକ୍ଷାରେ ଅସାଧୁ ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

 

Related posts

ପୁରୀରେ ପହଞ୍ଚିଲା ରଥ ଦଉଡି଼

mahabharatanews

ପୋଲିସକୁ ମାଡ ମାରିବା ଘଟଣା: ଦୁଇଜଣଙ୍କୁ କୋର୍ଟ ଚାଲାଣ ବେଳେ ଡ୍ରଇଭରଙ୍କ ଉତ୍ତେଜନା

mahabharatanews

ବିଜେଡିରୁ ନିଲମ୍ବନ ପରେ ବଦଳିଲା ଦୁଇ ବିଧାୟକଙ୍କ ବିଧାନସଭାରେ ବସିବା ସିଟ

mahabharatanews