ଵାଣିଜ୍ୟ

ଭିଭୋ ପକ୍ଷରୁ ୟୁ-୨୦ ସ୍ମାର୍ଟଫୋନର ବଜାର ପ୍ରବେଶ

ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ୟୁ-୨୦ର ବଜାର ପ୍ରବେଶ କରାଯାଇଛି । ୟୁ-୨୦ ସ୍ମାର୍ଟଫୋନ୍ ୮ଜିବି ୧୨୮ ଜିବି ମେମୋରୀେରେ ଉପଲବ୍ଧ ହେଉଛି । ଏହି ସ୍ମାର୍ଟଫୋନର ମୂଲ୍ୟ ୧୭,୯୯୦ ଟଙ୍କା ରହିଛି । ଏହା ରେସିଂ ବ୍ଲାକ୍ ଏବଂ ବ୍ଲେଜ୍ ବ୍ଲୁ ରଙ୍ଗରେ ଅଗ୍ରଣୀ ରିଟେଲ ଶପରେ ଉପଲବ୍ଧ ହେଉଛି ।

ଏହି ସ୍ମାର୍ଟଫୋନ୍ରେ ୫,୦୦୦ଏମଏଏଚ୍ ବ୍ୟାଟେରୀ ଏବଂ ୧୮ ୱାଟ୍ ଫାଷ୍ଟ ଚାର୍ଜ ସୁବିଧା ରହିଛି । ଏହି ଫୋନ୍ ରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୭୫ ଏଆଇଇ ଅକ୍ଟା-କୋର୍ ପ୍ରୋସେସର, ଚତୁର୍ଥ ଜେନେରେଶନ କ୍ରାୟୋ ସିପିୟୁ ଏବଂ ୬ଷ୍ଠ ଜେନେରେଶନ ଆଡ୍ରେନୋ ଜିପିୟୁ୍, ୧୬ଏମ୍ ପି ସେଲଫି କ୍ୟାମେରା ଏବଂ ଏଆଇ ଟ୍ରିପୁଲ ପଛ କ୍ୟାମେରା ରହିଛି । ଏଥିରେ ୧୬ ଏମ୍ପି, ୮ ଏମପି ଏବଂ ୨ ଏମପି ପଛ କ୍ୟାମେରା ରହିଛି । ଏଥିରେ ଏଆଇ ଫେସ୍ ବିୟୁଟି, ଲାଇଟିଂ, ଏଆର୍ ଷ୍ଟିକର, ଏଆଇ ଫିଲଟ. ୯୦.୩% ସ୍କ୍ରିନ୍ ଟୁ ବଡ଼ି ରେସିଓ ଆଦି ବୈଶିଷ୍ଟ୍ୟ ରହିଛି । ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ୫% କ୍ୟାସବ୍ୟାକ୍ ସୁବିଧା ରହିଛି ।

ଆଇସିଆଇସିଆଇ ବ୍ରାଣ୍ଡ୍ କ୍ରେିଡିଟ୍ କାର୍ଡରେ ଇଏମ୍ଆଇରେ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ୫% କ୍ୟାସବ୍ୟାକ୍ ସଦୁବିଧା ରହିଛି । ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ୫% କ୍ୟାସବ୍ୟାକ୍ ସୁବିଧା ରହିଛି । ବଜାଜ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ, ଏଚଡିବି, ହୋମ୍ କ୍ରେଡିଟ୍ ଫାଇନାନ୍ସ୍ ପାର୍ଟନରଙ୍କ ପକ୍ଷରୁ ଆକର୍ଷଣୀୟ ଇଏମ୍ଆଇ ଯୋଜନା ମଧ୍ୟ ଉପଲବ୍ଧ ହେଉଛି । ଏହା ସହିତ ୬୦୦୦ଟଙ୍କାର ଜିଓ ଡାଟା ଉପଲବ୍ଧ ହେଉଛି । ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ୟୁ-୨୦ ଗ୍ରେଟର ନୋଏଡାଠାରେ ନିର୍ମର୍ିତ ହୋଇଛି । ମାତ୍ର ୧୫ ମିନିଟ୍ ଚାର୍ଜରେ ଏହା ୨ ଘଂଟାର ୟୁ ଟ୍ୟୁବ୍, ୩ ଘଂଟାର ଗୁଗୁଲ ମ୍ୟାପ୍, ୩ ଘଂଟାର ଫେସବୁକ୍ ଏବଂ ୪ ଘଂଟାର ଇନଷ୍ଟାଗ୍ରାମ୍ ଉପଲବ୍ଧ କରାଇଥାଏ ।

ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ଗ୍ରେଟର ନୋଏଡାଠାରେ ଏହାର ନିର୍ମାଣ କେନ୍ଦ୍ର ରହିଛି । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ କେନ୍ଦ୍ରଶାସିତ ଅଂଚଳରେ ୫୩୯ରୁ ଅଧିକ ସହରରେ କମ୍ପାନୀର ୫୫୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରଛି ।

Related posts

ଜିଏସଟି ସ୍ଲାବକୁ ନେଇ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କଲେ ପ୍ରେସମିଟ୍

mahabharatanews

ଏବେ ରୁପା ଦର ହୁ ହୁ ହୋଇ ବଢ଼ୁଛି

mahabharatanews

ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ।

mahabharatanews