ନୂଆଦିଲ୍ଲୀ: ପାର୍ବଣର ଆଗମନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କହିଛନ୍ତି, ନୋଭାଲ କରୋନା ଭୂତାଣୁ ଆମ ଚାରିପାଖେ ଥିବା ଅବସ୍ଥାରେ ବର୍ତ୍ତମାନ ଏହା ସମୟ ନୁହେଁ ଦାୟିତ୍ୱହୀନ ହେବାର । ଆମର ଗୋଟିଏ ଛୋଟ ଭୁଲ ପାର୍ବଣର ମାହୋଲକୁ ନଷ୍ଟ କରି ଦେବ । କୋଭିଡ-୧୯ର ଆତଙ୍କ ମଧ୍ୟରେ ମୋଦି ଦେଶ ଉଦ୍ଦେଶ୍ୟରେ ତାଙ୍କ ୭ମ ସମ୍ବୋଧନ କାଳରେ ଏହା କହିଛନ୍ତି ।
ମୋଦି କହିଛନ୍ତି, ଅନେକ ଭିଡିଓ ବର୍ତ୍ତମାନ ସମୟରେ ଘୁରିବୁଲୁଛି, ଯେଉଁଥିରେ ଲୋକେ ସତର୍କତା ଅବଲମ୍ବନ କରିବା ବନ୍ଦ କରି ଦେଇଥିବା ଦେଖିବାକୁ ମିଳୁଛି । ଏହା ଠିକ ନୁହେଁ । ଯଦି ଆପଣମାନେ ଦାୟିତ୍ୱହୀନ ହୋଇ ବିନା ମାସ୍କରେ ଚାରିଆଡେ ଘୁରିବୁଲୁଛନ୍ତି, ତେବେ ଆପଣ ନିଜକୁ, ନିଜ ପିଲା ଓ ବୟସ୍କଙ୍କୁ ବିପଦରେ ପକାଉଛନ୍ତି । ଆମକୁ ଗୋଟିଏ କଥା ମୁଣ୍ଡରେ ରଖିବାକୁ ହେବ କି ହୁଏତ ଲକଡାଉନ ଶେଷ ହୋଇଛି, କିନ୍ତୁ ଭୂତାଣୁ ତଥାପି ରହିଛି ।
ଅତୀତରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ୟୁରୋପ ଆମେରିଆ ଓ ଅନ୍ୟ ଦେଶଗୁଡିକରେ ପୁଣି ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ ଭ୍ୟାକ୍ସିନ ନ ବାହାରିବା ପର୍ଯ୍ୟନ୍ତ ଆମକୁ ସତର୍କତା ଅବଲମ୍ବନକୁ ଜାରି ରଖିôବାକୁ ହେବ ବୋଲି ମୋଦି କହିଛନ୍ତି । ସେ ଆହୁରି କହିଛନ୍ତି, କୌଣସି ଭ୍ୟାକ୍ସିନ ବାହାରିଲେ ଯେମିତି ପ୍ରତ୍ୟେକ ଭାରତୀୟଙ୍କୁ ଉପଲବ୍ଧ ହେବ ସେ ଦିଗରେ ସରକାର କାର୍ଯ୍ୟ କରୁଛି ।
previous post
next post
