(ନୂଆଦିଲ୍ଲୀ): ମଧ୍ୟପ୍ରଦେଶରେ ବିଜେପି ଘୋଡା ବେପାର କରି ବିରୋଧୀ ନେତାଙ୍କୁ ଦିଲ୍ଲୀ ଆଣୁଛି । ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ । ଆଗକୁ ରାଜ୍ୟସଭା ନିର୍ବାଚନ ଆସୁଥିବାରୁ ବିଜେପି ଏବେ ଠାରୁ ଘୋଡା ବେପାର ଆରମ୍ଭ କରିଦେଇଥିବା ସେ କହିଛନ୍ତି । ବହୁଜନ ସମାଜ ପାର୍ଟି (ବିଏସପି)ର ବିଧାୟକ ରାମବାଇଙ୍କୁ ଏକ ଚାର୍ଟର ଫ୍ଲାଇଟ୍ ଯୋଗେ ରାତାରାତି ଦିଲ୍ଲୀ ଅଣାଯାଇଛି । ବିଏସପି, କଂଗ୍ରେସ, ସମାଜବାଦୀ ପାର୍ଟୀର ବିଧାୟକ ତଥା ସାଂସଦମାନଙ୍କୁ ଏହିପରି ଦିଲ୍ଲୀ ଅଣାଯାଉଛି । ଏହି ପ୍ରକ୍ରିିୟା ବିଜେପି ହିଁ ଆରମ୍ଭ କରିଛି । ଏଭଳି କରି ରାଜ୍ୟରେ ଶାସନାଧୀନ ଥିବା କମଲନାଥଙ୍କ ସରକାର ଭାଙ୍ଗିବାକୁ ବିଜେପି ଉଦ୍ୟମ କରୁଛି ବୋଲି ସେ କହିଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଆସିବା ପରଠାରୁ ବିଜେପି ନେତାମାନେ ବାରମ୍ବାର କଂଗ୍ରେସ ନେତାଙ୍କୁ ଟଙ୍କାର ଲୋଭ ଦେଖାଇ ନିଜ ଦଳକୁ ନେବା ପାଇଁ ଉଦ୍ୟମ କରୁଛନ୍ତି । ପୂର୍ବରୁ ବିଜେପି ନେତା ଶିବରାଜ ଚୌହାନ ଏବଂ ନରୋତ୍ତମ ମିଶ୍ରା ଏଠାରେ କଂଗ୍ରେସ ବିଧାୟକମାନଙ୍କୁ ୨୫ରୁ ୩୦ କୋଟି ଟଙ୍କାର ଲୋଭ ଦେଖାଇସାରିଛନ୍ତି । ରାଜ୍ୟରେ ଶାସନ ଗାଦିକୁ ପୁଣି ଫେରିବାକୁ ବିଜେପି ଏଭଳି ଘୋଡା ବେପାର କରୁଥିବା ଦିଗବିଜୟ କହିଛନ୍ତି । ତେବେ ରାଜ୍ୟସଭାକୁ ଯିବା ପାଇଁ କିଛି ବିଜେପି ପକ୍ଷରୁ ମଧ୍ୟପ୍ରଦେଶର ବିଧାୟକଙ୍କୁ ୫ କୋଟି ଟଙ୍କା ଅଗ୍ରୀମ ଯଚାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।
previous post
next post