Uncategorized

ମଧ୍ୟ ପ୍ରଦେଶ ପରେ ବିହାର କଂଗ୍ରେସକୁ ଆରଜେଡିର ଝଟକା

ପାଟନା: ମଧ୍ୟପ୍ରଦେଶର କଂଗ୍ରେସ ସରକାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଅନ୍ୟ ୨୧ ଜଣଙ୍କ ଦଳରୁ ଇସ୍ତଫା ପରେ ସଙ୍କଟରେ ପଡିଯାଇଛି । ତେବେ କଂଗ୍ରେସ ଜେଡିୟୁ, ସ୍ୱାଧୀନ ଓ ଏସପି ନେତାଙ୍କ ସମର୍ଥନକୁ ନେଇ ଆଶାବାଦୀ ଥିବା ବେଳେ କିନ୍ତୁ କଂଗ୍ରେସର ପୁରୁଣା ସହଯୋଗୀ ଆରଜେଡି କଂଗ୍ରେସକୁ ଏକ ଜୋରଦାର ଝଟକା ଦେଇଛି । ଆରଜେଡି ରାଜ୍ୟସଭା ପାଇଁ ତାର ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ ଦାଖିଲ କରିଛି । ଆରଜେଡିର ରାଜ୍ୟସଭା ସାଂସଦ ପ୍ରେମଚନ୍ଦ ଗୁପ୍ତାଙ୍କୁ ଟିକେଟ ମିଳିବା ସ୍ଥିର ହୋଇଥିଲା । କିନ୍ତୁ ନୂତନ ଖେଳାଳି ଅମରେନ୍ଦ୍ରଧାରୀ ସିଂହଙ୍କୁ ପ୍ରାର୍ଥୀ କରିବା ସମସ୍ତଙ୍କୁ ବିସ୍ମୟ ଚକିତ କରି ଦେଇଛି । ଏପରି କି ଆରଜେଡିର ନେତା ମଧ୍ୟ ତାଙ୍କୁ ପୂର୍ବରୁ ଜାଣି ନ ଥିଲେ ।

ତେବେ ଶୁଣାଯାଉଛି, ଅମରେନ୍ଦ୍ରଧାରୀ ସିଂହଙ୍କୁ ପ୍ରାର୍ଥୀ କରାଇବାରେ ଆରଜେଡି ପ୍ରମୁଖ ଲାଲୁ ଯାଦବଙ୍କ ସହମତି ରହିଛି । ଅମରେନ୍ଦ୍ରଧାରୀ ହେଉଛନ୍ତି ପାଟନାର ବାସିନ୍ଦା ଓ ଜଣେ ବଡ ବ୍ୟବସାୟୀ । ଦେଶର ବିଭିନ୍ନ ପ୍ରାନ୍ତରେ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ଲାଲୁଙ୍କ ରାଜ୍ୟସଭା ପ୍ରାର୍ଥୀ ଚୟନର ଦାୟିତ୍ୱ ଆରଜେଡି ଦେଇଥିଲା । ଲାଲୁ ହିଁ ପ୍ରେମଚନ୍ଦ ଓ ଅମରେନ୍ଦ୍ରଧାରୀଙ୍କୁ ପ୍ରାର୍ଥୀ ରୂପେ ଚୟନ କରିଛନ୍ତି । ଆଜି ଉଭୟ ପ୍ରାର୍ଥର୍ୀ ଆରଜେଡିର ବରିଷ୍ଠ ନେତାଙ୍କ ଗହଣରେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆରଜେଡିର ଦୁଇ ପ୍ରାର୍ଥୀ ଠିଆ କରିବାକୁ ନେଇ କଂଗ୍ରେସ ଚକିତ ରହି ଯାଇଛି । କାରଣ ଆରଜେଡି ଲୋକସଭା ନିର୍ବାଚନ କାଳରେ ପ୍ରତିଶ୍ରୁତି ଦେଇଥିଲା କି, ଏହି ଦୁଇ ରାଜ୍ୟସଭା ପଦ ପାଇଁ କଂଗ୍ରେସକୁ ଗୋଟିଏ ପଦ ଦେବ ।

Related posts

ମୁଖ୍ୟମନ୍ତ୍ରୀ ମମତାଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ,ଗେଟ୍ ଭୁଶୁଡ଼ି ୨ ଆହତ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଦେଶୀ ଆଳୁ ଚିକେନ୍ ବରା

mahabharatanews

୭୫ ଟଙ୍କିଆ କଏନ ଉନ୍ମୋଚିତ କଲେ ଧାନମନ୍ତ୍ରୀ

mahabharatanews