ରମ୍ଭା: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧୀନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ଅଛନ୍ତି । ମୃତକ ଓ ଆହତ ସମସ୍ତେ ଶ୍ରମିକ ଥିଲେ । ଆଜି ବଡି ସକାଳୁ ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ଏକ ପିକ୍ଅପ୍ ଭ୍ୟାନ୍ରେ ଯାଉଥିବା ବେଳେ ଭ୍ୟାନଟି ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି । ସମସ୍ତ ୩ ମୃତକଙ୍କ ଘର ଗଞ୍ଜାମ ବ୍ଳକ ଡିଆଁଡି ଗାଁରେ।
ସୂଚନା ଅନୁଯାୟୀ, ଗଞ୍ଜ।।ମ ବ୍ଲକର କିଛି ଶ୍ରମିକ ଏକ ପିକ୍ଅପ୍ ଭ୍ୟାନ୍ରେ ବ୍ରହ୍ମପୁର ନିକଟସ୍ଥ ଭାବନ୍ଧସ୍ଥିତ କ୍ରସରକୁ କାମ କରିବାକୁ ଯାଉଥିଲେ। ଏହି ସମୟରେ ପିକ୍ଅପ୍ ଭ୍ୟାନ୍ଟି ଖଣ୍ଡିଦେଉଳି- ବିରୁଳିଗଡ଼ ରାସ୍ତା କଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ରମ୍ଭା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ୯ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛି ଓ ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।