ଓଡିଶା

ନାବାଳିକା ଅସଦାଚରଣ ମାମଲାରେ ୮ ବର୍ଷ ପରେ ଆସିଲା ରାୟ

ଫୁଲବାଣୀ: ଏକ ୧୩ ବର୍ଷୀୟା ନାବାଳିକାକୁ ଅସଦାଚରଣ ମାମଲାର ଆସିଲା ରାୟ । ଦାରିଙ୍ଗବାଡ଼ି ଥାନା ଦଳବାଡି ଅଞ୍ଚଳର ମୁକେଶ କୁମାର ନାୟକକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ଫୁଲବାଣୀ ଫାଷ୍ଟଟ୍ରାକ୍‌ ପୋକ୍ସୋ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ । ତେବେ ଜରିମାନା ଅନାଦେୟ ଅଧିକ ୯ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମାମଲାର ଶୁଣାଣି ବେଳେ ୧୭ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ, ମେ ୧ ତାରିଖ ୨୦୧୬ ମସିହାରେ ଅଭିଯୁକ୍ତ ମୁକେଶ କୁମାର ନାୟକ ପୀଡ଼ିତା ଘରକୁ କୁକୁଡ଼ା କିଣିବାକୁ ବୋଲେରୋ ଗାଡ଼ି ନେଇ ଯାଇଥିଲା । ଏହି ସମୟରେ ସେ ପୀଡ଼ିତାଙ୍କୁ ଅସଦାଚରଣ କରିଥିଲା । ଏନେଇ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Related posts

ମହାକାଳେଶ୍ୱର ମନ୍ଦିର ପ୍ରତିଷ୍ଠା ଅବସରରେ ଗାୟତ୍ରୀ ମହାଯଜ୍ଞ ଆୟୋଯିତ

mahabharatanews

ଆଜି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅର୍ଥାତ ଜନ୍ମାଷ୍ଟମୀ

mahabharatanews

ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା

mahabharatanews