Uncategorized

ମସ୍କାରା ଶୁଖିଯାଇଛି କି? ଫୋପାଡିବା ବଦଳରେ ଏହି ଉପାୟରେ କରନ୍ତୁ ନୂଆ

(ମହାଭାରତ): ଆଖିକୁ ମେକଅପ କରିବା ପାଇଁ ମସ୍କାରା ବେଶ ଜରୁରୀ ହୋଇଥାଏ । ଅନେକ ଥର ଯୁବତୀମାନେ ସଂପୂର୍ଣ୍ଣ ଆଖିକୁ ମେକଅପ କରିଥିବେ କିନ୍ତୁ ଭୁଲରେ ମସ୍କାରା ଲଗାଇବାକୁ ଭୁଲିଯାଇଥାନ୍ତି । ଏମିତିରେ ମସ୍କାରା ଘରେ ରହି ଶୁଖିଯାଇଥାଏ । ତେବେ ଏହାକୁ ବେକାର ଭାବି ଫୋପାଡିବା ପରିବର୍ତ୍ତେ କିଛି ସହଜ ଉପାୟରେ ଏହାକୁ ବ୍ୟବହାର କରନ୍ତୁ । ଏପରି କଲେ ଆପଣଙ୍କ ପଇସା ବି ବରବାଦ ହେବନି ଆଉ ଆପଣଙ୍କୁ ନୂଆ ମସ୍କାରା ମଧ୍ୟ ମିଳିଯିବ । ଆସନ୍ତୁ ଜାଣିବା କ’ଣ ରହିଛି ସବୁ ଟିପ୍ସ: –
୧- ମସ୍କାରା ଆଖିପତାକୁ ଆକାର ଦେବା ସହିତ ତାକୁ ସୁନ୍ଦର ମଧ୍ୟ କରିଥାଏ । ଯଦି ଆପଣଙ୍କ ମସ୍କାରା ଶୁଖିଯାଇଥାଏ,ତେବେ ଆଇଡ୍ରପ ବ୍ୟବହାର କରନ୍ତୁ । ଆଖି ଡ୍ରପର କିଛି ବୁନ୍ଦା ମସ୍କାରାରେ ପକାଇ ଏହାକୁ ଏକ କାଠି ସାହାଯ୍ୟରେ ଅଳ୍ପ ଭାବେ ଘାଣ୍ଟି ଦିଅନ୍ତୁ । ଏହାପରେ ଏହା ବ୍ୟବହାର ଯୋଗ୍ୟ ହୋଇଯିବ ।
୨- ଏକ ପାତ୍ରରେ ପାଣିକୁ ଗରମ କରିନିଅନ୍ତୁ । ଏବେ ଏଥିରେ ମସ୍କାରା ବୋଲକୁ ଦୁଇ ତିନି ଥର ବୁଡାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଗରମ ପାଣିରେ ଶୁଖିଥିବା ମସ୍କାରା ତରଳଯିବ । ଯାହାକୁ ଆପଣ ଅତି ସହଜରେ ବ୍ୟବହାର କରିପାରିବେ ।
୩- ମସ୍କାରା ବୋତଲରେ ଅଳ୍ପ ଆଲୋଭେରା ଜେଲ ମକ୍ଟଳର କରିଦିଅନ୍ତୁ । ଏହାପରେ ଭଲଭାବେ ବୋତଲରୁ ଭଲ ଭାବେ ହଲାଇଦିଅନ୍ତୁ । ଆଖିପତା ପାଇଁ ଆଲୋଭେରା ଜେଲ ବହୁତ ଭଲ ।
୪- ମାଇକ୍ରୋୱଭରେ ୧୫ରୁ୩୦ ସେକେଣ୍ଡ ପାଇଁ ଏକ ଚାମଚ ନଡିଆ ତେଲ ଗରମ କରିନିଅନ୍ତୁ । ଏବେ ଏହାର ଦୁଇତିନ ବୁନ୍ଦା ଶୁଖିଥିବା ମସ୍କାରାରେ ମିଶାଇ ଦିଅନ୍ତୁ ।
୫- ମସ୍କାରାକୁ ବ୍ୟବହାର କରିବା ପରେ ଭଲଭାବେ ଏହାର କ୍ୟାପକୁ ବନ୍ଦ କରିଦିଅନ୍ତୁ । ନଚେତ ଏହା ଶୁଖିଯିବାର ଆଶଙ୍କା ରହିଥାଏ ।

Related posts

ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ଗାଇଡଲାଇନ୍ସ ପ୍ରସ୍ତୁତ କରିବ, ରାଜ୍ୟ ନିଷ୍ପତ୍ତି  ନେବ

mahabharatanews

ଦେଶରେ କରୋନା ମୃତ୍ୟୁ ୫୪୩ ଛୁଇଁଲା

mahabharatanews

କେନ୍ଦ୍ରର ନିର୍ଦ୍ଦେଶାବଳିକୁ କୋହଳ କରିପାରିବନି ରାଜ୍ୟ

mahabharatanews