ଭୁବନେଶ୍ୱର: ଓଡ଼ିଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଫାଷ୍ଟନର୍ ବା ନଟ୍ ବୋଲ୍ଟ ମହାକାଶକୁ ପଠାଯିବ। ଏସବୁ ନଟ୍ ବୋଲ୍ଟ ମହାକାଶରେ ନିଜ ଅସ୍ଥିତ୍ୱ ବଜାୟ ରଖି ପାରୁଛି କି ନାହିଁ ତାର ପରୀକ୍ଷା ପାଇଁ ନାସା ଓଡିଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶାିତ ଏସବୁକୁ ଜୁନ ୨୪ରେ ମହାକାଶକୁ ପଠାଇବ। ନାସା ପକ୍ଷରୁ ଆୟୋଜିତ କ୍ୟୁବ୍ସ୍ ଇନ୍ ସ୍ପେସ୍ ପ୍ରତିଯୋଗିତାରେ ଓଡିଆଙ୍କ ଏହି ଉଦ୍ଭାବନ ମନୋନୀତ ହୋଇଥିଲା । କ୍ୟୁବସ୍ ଇନ ସ୍ପେସରେ ମୋଟ ୭୩ଟି ଦେଶ ଭାଗ ନେଇଥିଲେ। ୟଙ୍ଗ୍ ଟିଙ୍କର୍ ଏକାଡେମୀର ୭ ଜଣିଆ ଦଳ ୪ଟି ଭିନ୍ନ ଧାତୁରେ ଏହି ନଟ୍ ବୋଲ୍ଟର ବିକାଶ ହୋଇଥିଲା । ଏଥି ପାଇଁ ୩ ମାସ ଦିନ ରାତି ଏକ କରି ଏହି କିଶୋର ବୈଜ୍ଞାନିକମାନେ କାମ କରିଥିଲେ ।
ଜୁନ୍ ୨୪ରେ ରକେଟ୍ ଏସ୍ଆର୍-୭ ନାସା ପକ୍ଷରୁ ମହାକାଶକୁ ପ୍ରେରଣ ହେବ । ଏଥିରେ ଓଡିଆ କିଶୋର ବୈଜ୍ଞାନିକଙ୍କ ଉଦ୍ଭାନ ମହାକାଶକୁ ଯିବ । ନାସା ଦ୍ୱାରା ମହାକାଶ ମିଶନ ପାଇଁ ଏହି ଏକ୍ସପେରିମେଣ୍ଟ ଚୟନ ହେବାପରେ ଟିମ୍ର ଛାତ୍ରଛାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏଥିରୁ ସେମାନଙ୍କୁ ମହାକାଶ ଗବେଷଣା ସମ୍ପର୍କରେ ଅନେକ କିଛି ଶିଖିବାକୁ ମିଳିଛି ବୋଲି ଛାତ୍ରଛାତ୍ରୀ କହିଛନ୍ତି।