ଓଡିଶା

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ଜଗତସିଂହପୁର: ପ୍ରତିବାଦ କରିବାରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ବାଖର ପୁର୍ ଗ୍ରାମରେ । ଅଭିଯୋଗ ମୁତାବକ ଗତ୨୧ତାରିଖ ଶନିବାର ଦିନ ୩ ସମୟରେ ସେହି ଗ୍ରାମର ବିଜୟ ଲକ୍ଷ୍ମୀ ପଣ୍ଡା ତାଙ୍କ ଘର ଛାତ ପକାଉଥିବା ସମୟରେ ତାଙ୍କର ଭାଇ କୁନୁ ପଣ୍ଡା ଅତି ଆଶ୍ଳୀଳ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା । ପଡୋଶୀ ବାବୁଲି ପଣ୍ଡା ଓ ନମିତା ପଣ୍ଡା ନିଜ ପରିବାର ନେଇ ରହୁ ଥିବା ହେତୁ ସହି ନ ପାରି ପ୍ରତିବାଦ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ବିଜୟ ଲକ୍ଷ୍ମୀ ପଣ୍ଡା ଏବଂ ତାର ଭାଇ କୁନୁ ପଣ୍ଡା ଏକ କୋଦାଳରେ ଅତର୍କିତ ଆକ୍ରମଣ କରିଥିଲେ ନମିତା ପଣ୍ଡାଙ୍କୁ । ତାଙ୍କ ମୁଣ୍ଡକୁ ହାଣିବା ସହିତ ବିଜୟ ଲକ୍ଷ୍ମୀ ପଣ୍ଡା ଏକ ସିମେଣ୍ଟ ଇଟାରେ ବିଜୟଲକ୍ଷ୍ମୀଙ୍କ ମୁଣ୍ଡର ସାମ୍ନା ପଟକୁ ଛେଚିଦେଇଥିଲେ । ଘଟଣା ସ୍ଥଳରେ ହିଁ ନମିତା ପଣ୍ଡା ଚେତା ହରାଇଥିଲେ । ପରିବାର ଲୋକେ ତାଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ । ପ୍ରାଥମିକ ଚିକିତ୍ସା ପରେ ଏନେଇ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିବା ସହ କେସ୍ ନଂ୦୦୯୯ରେ ମାମଲା ରୁଜୁ କରିଥିଲା । କିନ୍ତୁ ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଦୋଷୀକୁ ଗିରଫ କରିପାରି ନାହିଁ । ଦୋଷୀ ଫେରାର ଥିବା ସୂଚନା ମିଳିଛି ।

Related posts

ସମବାୟ ସମିତି ନିର୍ବାଚନ ନିମନ୍ତେ ପ୍ରଶିକ୍ଷଣ ଶିବିର ଆରମ୍ଭ

mahabharatanews

ନିଶ୍ଚିତ ମୃତ୍ୟୁ ମୁଖରୁ ଶିଶୁ କନ୍ୟା କୁ ନୂଆ ଜୀବନ ଦେଇଥିବାରୁ ଡାକ୍ତରଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ କରିଲେ ସମ୍ବର୍ଦ୍ଧିତ

mahabharatanews

ହାତୀ ଉପଦ୍ରଵ : ଭାଙ୍ଗିଲେ ଘର ,ଫସଲ

mahabharatanews