ଓଡିଶା

ମାସ୍କ,ପିପିଇ କିଟ ଦୁର୍ନତୀ: ଜିଲ୍ଲାପାଳ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: କରୋନା ମୁକାବିଲା ପାଇଁ କିଣାଯାଇଥିବା ମାସ୍କ ଓ ପିପିଇ କିଟରେ ଦୁର୍ନୀତି ହୋଇଥିବା ନେଇ ରାଜ୍ୟରେ ହଇଚଇ । ମାସ୍କ,ପିପିଇକିଟ ଓ ଅନ୍ୟାନ୍ୟ ମେସିନ କିଣାରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣି ଏହାର ନିରପକ୍ଷ ତଦନ୍ତ ଦାବିକରିଛି ମାଲକାନଗିରି ଜିଲ୍ଲା କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା କଂଗ୍ରେସ କାର୍ୟ୍ୟାଳୟ ପରିସରରୁ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ପ୍ରାୟ୫୦ରୁ ଊଦ୍ଧ୍ୱର୍ କଂଗ୍ରେସ ନେତା ଓ କର୍ମୀମାନେ ଲକଡାଉନ ନିୟମ ମାନି ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷାକରି ଏକ ଶୋଭା ଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ନିକଟରେ ପହଁଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ବରିଷ୍ଟ ଆଇଏଏସ ଅଫିସର ଏଚ.କେ.ଶର୍ମାଙ୍କ କୁଶପୁତଳିକା ଦାହ କରିଛନ୍ତି । ମାସ୍କ,ପିପିଇ କିଟ କିଣାରେ ହୋଇଥିବା ମହାଦୁର୍ନୀତିର ନିରପକ୍ଷ ତଦନ୍ତ କରାଇ ଦୁର୍ନୀତିରେ ଲିପ୍ତଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଓ ଆଇଏଏସ ଅଧିକାରୀ ତୁରନ୍ତ ଇସ୍ତପା ଦେବାକୁ ଦାବିକରି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ୬ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ କରିଛନ୍ତି । ଏଥିରେ ଜିଲ୍ଲା କଂଗ୍ରେସ କାର୍ୟ୍ୟକାରୀ ସଭାପତି ରାମପ୍ରସାଦ ପଟନାୟକ, ମାଲା ମାଢି, ଲକ୍ଷ୍ମୀ ପ୍ରୀୟା ନାୟକ, କମଳାବରାଳ, ଜି.ଶ୍ରୀନିବାସ ରାଓ, ପର୍ଶୁରାମଭକ୍ତ, ଲକ୍ଷ୍ମୀ କାନ୍ତ ମହାରଣା, ପଦ୍ମପାଙ୍ଗି, ପେଣ୍ଡ୍ରା ପଣ୍ଡା ପ୍ରମୁଖ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।

Related posts

ବ୍ରହ୍ମପୁର-ଜୟପୁର ନିର୍ମାଣ ହେବ ଟନେଲ୍ ,କମିବ ଦୂରତା

mahabharatanews

ପୁଣି ଜଣେ ସାଂସଦ କରୋନା ପଜିଟିଭ୍

mahabharatanews

ଓଡ଼ିଶାରେ ପ୍ଲାଜମା ଥେରାପି

mahabharatanews