ଓଡିଶା

ମିଥ୍ୟା ଖବର ପ୍ରଚାର କରି ଜଣେ ଗିରଫ

ହିଞ୍ଜିଳି: ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ଜଣଙ୍କଠାରେ କରୋନା ପଜିଟିଭ ମିଳିଥିବା ନେଇ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ର·ର କରିବା ଅଭିଯୋଗରେ ସମ୍ପୃକ୍ତଙ୍କୁ ସୋମବାର ରାତିରେ ପୋଲିସ ଗିରଫ କରିଛି । ଗିରଫ ଜଣକ ହେଲେ ବଡ ଆର୍ଜିପଲ୍ଲୀ ଗ୍ରାମର ସିଏଚ୍ ଏରେୟା । ଏ ସମ୍ପର୍କରେ ଖବରଦାତା ସମ୍ମିଳନୀରେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ ସୂଚନା ଦେଇଛନ୍ତି । ପ୍ରକାଶ ଯେ, କିଛିଦିନ ପୂର୍ବରୁ ଛତ୍ରପୁର ଅଞ୍ଚଳର ଜଣେ ଲୋକ ବିଦେଶରୁ ଫେରିଥିଲେ । ସେ ମେଡିକାଲ ଟେଷ୍ଟ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା । ଅପରପକ୍ଷେ ୧୪ ଦିନ ଘରେ ରହିବାକୁ ବ୍ରହ୍ମପୁର ବଡ଼ ମେଡିକାଲ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ସେ ଘରେ ରହୁଥିଲେ, ମାତ୍ର ତାଙ୍କୁ କରୋନା ପଜିଟିଭ ହୋଇଥିବା ନେଇ ମିଥ୍ୟା ଖବର ସୋସିଆଲ ମଡିଆରେ ଘୂରି ବୁଲିଥିଲା । ଏହି ଖବର ମିଥ୍ୟା ନେଇ ବିଦେଶ ଫେରନ୍ତା ଛତ୍ରପୁର ଥାନାରେ ଏତଲା ଦେଇଥିଲେ । ପରେ ଥାନାରେ ୭୭/୨୦ରେ ଏକ ମାମଲା ରୁଜୁ ହୋଇ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଖବରଦାତା ସମ୍ମିଳନୀରେ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଉପସ୍ଥିତ ଥିଲେ ।

Related posts

ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

mahabharatanews

ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ନମ୍ବର-୧ ରାଜ୍ୟ: ଅର୍ଥମନ୍ତ୍ରୀ

mahabharatanews

ୟୋଲୋ ୱାର୍ଣ୍ଣିଙ୍ଗ୍ ଜାରି କଲା ପାଣିପାଗ ବିଭାଗ

mahabharatanews