ଓଡିଶାପାଣିପାଗ

ମୁଣ୍ଡଳୀରେ କମୁଛି ଜଳସ୍ତର

କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର । କଟକ ମୁଣ୍ଡଳିରେ କମୁଛି ମହାନଦୀର ଜଳ ପ୍ରବାହ । ଜଳ ପ୍ରବାହ କମୁଥିଲେ ବି ଏବେ ବି ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ପୂର୍ବଅପେକ୍ଷା କମିଛି ୧ ଲକ୍ଷ କ୍ୟୁସେକ ଜଳ । ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ସେହିପରି ନରାଜ କାଠଯୋଡ଼ିରେ ୫ ଲକ୍ଷ ୯୫ ହଜାର ୭୭୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯୋବ୍ରାରେ ମଧ୍ୟ ବିପଦ ସଂକେତ ପାର କରିଛି ମହାନଦୀ । ଏଠାରେ ୫ ଲକ୍ଷ ୮୧ ହଜାର ୫୮୩ କ୍ୟୁସେକ ଜଳ ପ୍ରବାହିତ ହେଉଛି ।
ଯୋବ୍ରାରେ ମଧ୍ୟ ଜଳସ୍ତର ବିପଦ ସଂକେତ ଉପରେ ରହିଛି । କଟକର ଗତିରାଉତପାଟଣାରେ ଏକ ସ୍କୁଲରେ ବନ୍ୟାରେ ପଶିଯାଇଥିଲେ ୬୦୦ରୁ ଅଧିକ ଛାତ୍ର । ସ୍କୁଲ ହଷ୍ଟେଲରେ ସମସ୍ତେ ପାଣି ଘେରରେ ଥିଲେ । ଗତକାଲି ଅପରାହ୍ନରୁ ରାତି ମଧ୍ୟରେ ରେସକ୍ୟୁ ଅପରେସନ ଶେଷ ହୋଇଛି । ଓଡ୍ରାଫ ଟିମ ସମସ୍ତ ଛାତ୍ରଙ୍କୁ ଉଦ୍ଧାର କରିଛି ।

Related posts

ଶିମିଳିପାଳ ଜଗିବ ଏଆଇ କ୍ୟାମେରା

mahabharatanews

ଆସନ୍ତା ୧୦ ଯାଏ ରାଜ୍ୟରେ ବର୍ଷା ଜାରି 

mahabharatanews

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ୬ଷ୍ଠ ସ୍ଥାନ ହାସଲ କଲା ହିଞ୍ଜିଳିକାଟୁର ଚଳଚ୍ଚିତ୍ର

mahabharatanews