(ମହାଭାରତ, ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁର ବ୍ଲକ ମେଣ୍ଡାମାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଇଓ ଶାନ୍ତନୁ କୁମ୍ଭକାର ଏବଂ ହିଲୁଙ୍ଗ ସରପଞ୍ଚ ଅଶୋକ କୁମାର ମାହାକୁର ଯୋଗ ଦେଇଥିଲେ । ବିଦ୍ୟାଳୟ ପକ୍ଷରୁ ବାର୍ଷିକ ଉତ୍ସବର ଆୟୋଜନ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମନଭରି ଉପଭୋଗ କରିବା ସହ କାର୍ଯ୍ୟକ୍ରମଗୁଡିକର ପ୍ରଶଂସା କରିଥିଲେ । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକର ପରିବେଶଣ କରିଥିଲେ ।
previous post
