ଓଡିଶା

ମୋହନାରେ ବାଘ ବୁଲୁଥିବା ସନ୍ଦେହ

(ମହାଭାରତ, ମୋହନା): ଗଜପତି ଜିଲ୍ଲା ମୋହନାରେ ବାଘ ଆତଙ୍କ ଦେଖାଦେଇଛି । ମୋହନା ବନାଞ୍ଚଳ ଅଧିନସ୍ଥ ଗାଣ୍ଡାପଦର ଗାଁରେ ବାଘର ପଞ୍ଝା ଚିହ୍ନ ଦେଖିବାକୁ ମିଳିଛି । ଦୁଇ ଦିନ ପୂର୍ବରୁ ନିକଟସ୍ଥ ଜଙ୍ଗଲରୁ ଏକ ବଳଦର ଗଳିତ ଶବ ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏହାକୁ ଦେଖି ଗାଁ ଲୋକେ ଅନୁସନ୍ଧାନ କରିବାରୁ ଆଉ ଏକ ବଳଦର ହାଡ ଓ କଙ୍କାଳ ଜଙ୍ଗଲ ଭିତରେ ପଡିଥିବା ଦେଖିବାକୁ ପାଇଥିଲେ । ବଳଦଟି ଏହି ଗାଁର ଜଣେ ବ୍ୟକ୍ତିଙ୍କର ହୋଇଥିବା ବେଳେ ଏହା ଦୁଇ ଦିନ ଧରି ନିଖୋଜ ଥିଲା । ଏହାର ଶବ ମିଳିବା ଏବଂ ପଞ୍ଝା ଚିହ୍ନକୁ ଦେଖିବା ପରେ ଏଠାରେ ବାଘ ବୁଲୁଥିବା ଆଶଙ୍କା କରି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି । ପରେ ଏହି ଅଞ୍ଚଳରେ ବନ୍ୟ ଜନ୍ତୁର ଉପଦ୍ରବ ସନ୍ଦେହ କରି ଗାଁଲୋକେ ମୋହନା ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ଏକ ଦଳ ସେଠାରେ ପହଞ୍ଚି ପଞ୍ଝା ଚିହ୍ନକୁ ଦେଖି ବନ୍ୟ ଜନ୍ତୁଟିର ଖୋଜାଖୋଜି ଚଳାଇଛନ୍ତି ।

Related posts

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସୁଦୃଢ଼ ହେବ ଓଡିଶା: ୫୫ଟି ନୂଆ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ପାଇଁ ୨୯.୩୬ କୋଟି ମଞ୍ଜୁର

mahabharatanews

ଗଜପତି ଜିଲ୍ଲା ସ୍ତରୀୟ ୯୧ତମ ପୋଲିସ ପ୍ରତିଷ୍ଠା ଦିବସ

mahabharatanews

କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଦମକଳ ବାହିନୀ

mahabharatanews