Uncategorized

ମୋ ସଂଘର୍ଷଠୁ ଅଧିକ ସଂଘର୍ଷ କରିଛନ୍ତି ମୋ ମାତା ପିତା: ପ୍ରଦୀପ ସିଂହ

ନୂଆଦିଲ୍ଲୀ: ଆଜି ୟୁପିଏସସି ୨୦୧୯ର ଫଳାଫଳ ପ୍ରକାଶ ପାଇଛି । ଏଥିରେ ପ୍ରଦୀପ ସିଂହ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରଦୀପ ସିଂହ ସିଏସଇ ୨୦୧୮ରେ ସର୍ବଭାରତୀୟ ସ୍ତରରେ ୯୩ ସ୍ଥାନ ହାସଲ କରିଥିଲେ । ୨୨ ବର୍ଷୀୟ ପ୍ରଦାପ ପ୍ରଥମ ପ୍ରଚେଷ୍ଟାରେ କୃତକାର୍ଯ୍ୟ ହୋଇଛନ୍ତି । ପାସ ହେବା ପରେ ସେ ଏକ ସାକ୍ଷାତକାରରେ କହିଥିଲେ କି ମୁଁ ମୋ ଜୀବନରେ ଯେତିକି ସଂଘର୍ଷ କରିଛି, ତାଠାରୁ ବହୁ ଗୁଣ ମୋ ମାତା ପିତା କରିଛନ୍ତି ।
ପ୍ରଦୀପଙ୍କ ବାପା ଜଣେ ସାଧାରଣ ମଣିଷ । ଇନ୍ଦୋରର ଏକ ପେଟ୍ରୋଲ ପମ୍ପରେ ସେ କାମ କରନ୍ତି । ପ୍ରଦୀପଙ୍କ ସ୍ୱପ୍ନ ଥିଲା ବଡ । ତାଙ୍କ ବାପା ମଧ୍ୟ ପ୍ରଦୀପଙ୍କ ଉଚ୍ଚାକାଂକ୍ଷାକୁ ଦେଖି ତାଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିବାକୁ ଆପ୍ରାଣ ଚେଷ୍ଟା କରୁଥିଲେ । ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ପ୍ରଦୀପ ଦିଲ୍ଲୀ ଆସିଥିଲେ । ୨୦୧୭ ଜୁନରେ ସେ ଦିଲ୍ଲୀ ଆସିଥିଲେ । ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ସେ ନାମ ଲେଖାଇଥିଲେ । କିନ୍ତୁ ଘରେ ଅନେକ ଅଭାବ ଲାଗି ରହିଥିଲା । ସବୁ ସମୟରେ ଆର୍ଥିକ ଅନଟନ ମଧ୍ୟରେ ସେମାନେ ଗତି କରୁଥିଲେ । ଅନ୍ୟ ପଟେ ପୁଅ ପ୍ରଦୀପକୁ ହେବାର ଥିଲା ଆଇଏଏସ । ତେଣୁ ପୁଅର ଇଛା ପୂରଣ ପାଇଁ, ପୁଅର ଆବଶ୍ୟକତା ପୂରଣ କରିବାକୁ ଅନୋନ୍ୟପାୟ ହୋଇ ପ୍ରଦୀପଙ୍କ ବାପା ତାଙ୍କର ଏକମାତ୍ର ସମ୍ବଳ ଥିବା ଇନ୍ଦୋରସ୍ଥିତ ଘରକୁ ବିକ୍ରି କରି ଦେଇଥିଲେ । ପ୍ରଦୀପ କୁହନ୍ତି, ତାଙ୍କ କୋଚିଂ ସେଣ୍ଟରର ଫି ଦେଢ ଲକ୍ଷ ଟଙ୍କା ହୋଇଥିବା ବେଳେ ରହିବା, ଖାଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ତା ଉପରେ । କିନ୍ତୁ ସେ କେବେ ଅର୍ଥାଭାବ ଦେଖି ନାହାନ୍ତି । ପ୍ରଦୀପ ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କ ବାପାଙ୍କ ପାଇଁ ହିଁ ସେ ଆଜି ଆଇଏଏସ ହୋଇଛନ୍ତି ।
ବାପା ତାଙ୍କର ଘର ବିକି ଦେବା କଥା ସେ ଜାଣି ନ ଥିଲେ । କିନ୍ତୁ ପରେ ଯେତେବେଳେ ଜାଣିଲେ, ତାଙ୍କ ଭିତରେ ଆଇଏଏସ ହେବାର ଇଛା ଆହୁରି ଅଧିକ ବଢିଯାଇଥିଲା । ସେ ଆହୁରି ଅଧିକରୁ ଅଧିକ ପରିଶ୍ରମ କରିଥିଲେ । ତାଙ୍କ ଜୀବନରେ ଏହାପରେ ବାପାଙ୍କ ତ୍ୟାଗର ପ୍ରତିଦାନ ସ୍ୱରୂପ ଆଇଏଏସ ହେବାର ଲକ୍ଷ୍ୟ ଥିଲା । ସେହି ଜିଦି ହିଁ ଆଜି ତାଙ୍କୁ ସଫଳତା ଆଣିଦେଇଥିବା ପ୍ରଦୀପ ଏଏନଆଇକୁ ସାକ୍ଷାତକାର ଦେଇ କହିଛନ୍ତି ।

Related posts

ପୁଣି ଚୀନ୍ ଉପରେ ବର୍ଷିଲେ ଆମେରିକା ରାଷ୍ଟ୍ରପତି

mahabharatanews

ହନିମୁନ ପାଇଁ ବାଛନ୍ତୁ ଏହି ସବୁ ରୋମାଣ୍ଟିକ ସ୍ଥାନକୁ

mahabharatanews

ଭଣ୍ଡ ବାବା ଚଳାଇଥିଲା ସେକ୍ସ ରାକେଟ: ଲୋକେ ଭିଡିଓ କରି ପଠାଇଲେ ମାମୁଁ ଘର

mahabharatanews