(ମହାଭାରତ, ରାଉରକେଲା): ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏହି ଭୟଙ୍କ ଭୂତାଣୁ ସମ୍ପର୍କରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ତେବେ ରବିବାର ରାଉରକେଲା ସରକାରୀ ହସ୍ପିଟାଲରେ କର୍ମଚାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । କରୋନା ସଂକ୍ରମିତ ରୋଗୀଙ୍କୁ କିଭଳି ଚିକିତ୍ସା ଦିଆଯିବ, ସେମାନଙ୍କୁ ଆଇସୋଲେସନ ୱାର୍ଡରେ ରଖିବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଭୂବନେଶ୍ୱରରୁ ପ୍ରଶିକ୍ଷଣ ନେଇ ଆସିଥିବା ଦୁଇ ଜଣ ଡାକ୍ତର କରୋନା ମୁକାବିଲା ସମ୍ପର୍କରେ କର୍ମଚାରୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସରକାରୀ ହସ୍ପିଟାଲର ଭାରପ୍ରାପ୍ତ ନିର୍ଦ୍ଦେଶକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କ ସମେତ ସମସ୍ତ ଡାକ୍ତର, ଷ୍ଟାଫ ଓ ନର୍ସମାନେ ଯୋଗ ଦେଇଥିଲେ । କରୋନା ରୋଗୀଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ୬ ଶଯ୍ୟା ବିଶିଷ୍ଟ ଏକ ଆଇସୋଲେସନ ୱାର୍ଡ ତିଆରି କରାଯାଇଛି । ଯଦି ସଂକ୍ରମିତଙ୍କୁ ଚିହ୍ନଟ କରାଯାଏ ତାଙ୍କୁ ଭୀମସାରକୁ ଟ୍ରାନ୍ସଫର କରାଯିବ । ସ୍ଥାନାନ୍ତର ପ୍ରକ୍ରିିୟା ଲାଗି ଏକ ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାସହ ଆସନ୍ତା ୧୭ରେ ପରବର୍ତ୍ତୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ଆଇଜିଏଚ୍ର ସମସ୍ତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡିଛି ।
previous post
next post
