(ମହାଭାରତ/ଭୁବନେଶ୍ୱର):ମହାମାରୀ କରୋନା ଓଡ଼ିଶାରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ସ୍ଥାନୀୟ ସଂକ୍ରମଣ ମଧ୍ୟ ଚିନ୍ତା ବଢ଼ାଉଛି । ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ଆଉ ୬୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୬୧୬ ନୂତନ ଆକ୍ରାନ୍ତମାନଙ୍କ ମଧ୍ୟରୁ ୪୧୫ ଜଣ ଜ୍ୱାରାଣ୍ଟାଇନ ସେଣ୍ଟର ଓ ଅବଶିଷ୍ଟ ୨୦୧ଟି ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଅନୁଗୁଳ ଜିଲ୍ଲାରୁ ୭ଜଣ, ବାଲେଶ୍ୱରରୁ ୨୭ଜଣ, ବରଗଡ଼ ୩୧, ଭଦ୍ରକ ୨, ବଲାଙ୍ଗୀର ୨, କଟକରୁ ୨୩, ଢ଼େଙ୍କାନାଳରୁ ୭, ଗଜପତି ୧, ଜଗତସିଂହପୁର ଜିଲ୍ଲାରୁ ୧୮ଜଣ, ଯାଜପୁର ୧୭, ଝାରସୁଗୁଡ଼ା ୧୧, କଳାହାଣ୍ଡି ୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ, କେନ୍ଦୁଝରରୁ ୨୩, ଖୋର୍ଦ୍ଧାରୁ ୨୯, କୋରାପୁଟ ୫୦, ମାଲକାନଗିରି ୧୪, ମୟୁରଭଞ୍ଜ ୧୩, ନବରଙ୍ଗପୁର ୪୦, ନୂଆପଡ଼ାରୁ ୫ଜଣ, ପୁରୀରୁ ଜଣେ ଓ ସୁନ୍ଦରଗଡ଼ରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୮ ହଜାର ୭୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ହଜାର ୮୯୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ସେହିପରି ଓଡ଼ିଶାରେ ଏଯାଏ ୬୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।
Covid-19 Report For 12th July
New Positive Cases: 616
In Quarantine: 415
Local Contacts: 201(Details of local contacts will be shared by concerned Dist Administration)
District Wise Cases
1. Angul: 7
2. Balasore: 27
3. Bargarh: 31
4. Bhadrak :2
5. Bolangir : 2
6. Cuttack: 23— I & PR Department, Odisha (@IPR_Odisha) July 13, 2020