ରାଜନୀତି

ରାଜ୍ୟସଭା ସାଂସଦ ନାରାୟଣ ରାଣେ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର କରି ଗିରଫ ହେଲେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ନାରାୟଣ ରାନେ । ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା ପାଇଁ କହିଥିଲେ । ରାଣେଙ୍କ ଏପରି ବୟାନ ପରେ ତାତିଉଠିଥିଲା ଶିବସେନା । ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ ୪ଟି ଏଫଆଇଆର ରୁଜୁ କରାଯିବା ସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଥିଲା । ଏହା ପରେ ରାଣେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଗିରଫଦାରିରୁ ବଞ୍ଚିବାକୁ ଆବେଦନ କରିଥିଲେ, ଯାହା ଉପରେ ଶୁଣାଣି କରିବାକୁ କୋର୍ଟ ମନା କରିଦେଇଥିଲେ । ରାଣେଙ୍କ ପକ୍ଷରୁ ତାଙ୍କ ପରାମର୍ଶଦାତା ଅନିକେତ ନିକାମ ଦାୟର କରିଥିଲେ ।

ମହାରାଷ୍ଟ୍ରର ରାଇଗଡ ଜିଲା ଅନ୍ତର୍ଗତ ମହାଦଠାରେ ଶ୍ରୀ ରାଣେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନହାନି କଲାଭଳି ମନ୍ତବ୍ୟ ଦେଇଥିଲେ। ସ୍ୱାଧୀନତା ଦିବସ ଅଭିଭାଷଣ ପାଇଁ ସେ ଉଦ୍ଧବଙ୍କୁ ଚାପୁଡା ମାରିଥାନ୍ତେ ବୋଲି କହିଥିଲେ।

Related posts

ରଥଯାତ୍ରାକୁ ନେଇ କୌଣସି ବୟାନ ଦେବାକୁ ବିଜେଡିର ବାରଣ

mahabharatanews

ପର୍ଯ୍ୟଟନ ସମ୍ଭାରର ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୧୭ କୋଟି ଟଙ୍କା

mahabharatanews

ଅପରାଜିତା ଷଡଙ୍ଗୀଙ୍କୁ ଚିନ୍ମୟ ସାହୁଙ୍କ ଜବାବ

mahabharatanews