ଓଡିଶା

ରାୟଗଡା ପୋଲିସ ପକ୍ଷରୁ ମୈତ୍ରୀମେଳା ଅନୁଷ୍ଠିତ

(ମହାଭାରତ, ରାୟଗଡା): ରାୟଗଡା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ଅନ୍ତର୍ଗତ ଶୁଳିପଦର ଠାରେ ଜିଲ୍ଲା ପୋଲିସ ସହଯୋଗରେ ଏକ ମୈତ୍ରୀମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡା ଅତିରିକ୍ତ ଏସପି ରାମପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଡିଏସପି ତପନ ନାରାୟଣ ରଥ, ଡିଏସପି ଅରୁପ ଅଭିଶେକ ବେହେରା, ଥାନାଧିକାରୀ ସୁକୁମା ହଂସଦା, କରପା ସରପଞ୍ଚ ସିନ୍ଦୁ କୁଲେସିକା ପମୁଖ ସମ୍ନାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଞ୍ଚଳବାସୀମାନେ ଅତିଥିମାନଙ୍କୁ ବାଦ୍ୟଯନ୍ତ୍ର ବଜାଇ ଢେମ୍ସା ନାଚ କରି ମଞ୍ଚକୁ ସ୍ୱାଗତ କରିଥିଲେ । ଲୋକଙ୍କ ପାଇଁ ପୋଲିସ ସର୍ବଦା ସାହାଯ୍ୟ କରିବାକୁ ରହିଛି । ଏଣୁ ପୋଲିସ ଭୟ ନକରି ସୁସମ୍ପର୍କ ସ୍ଥାପନ କରି ସମସ୍ତ ସମସ୍ୟା ପୋଲିସକୁ ଜଣାଇବାକୁ ଅଞ୍ଚଳବାସୀଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ କହିଥିଲେ । ଏହି ଅବସରରେ ୩୦୦ ରୋଗୀଙ୍କ ଚିକିତ୍ସା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ମୈ÷ତ୍ରୀ ମେଳା ଅବସରରେ ଏକ ଭଲିବଲ ଖେଳ ଅନୁଷ୍ଠିତ ହୋଇଥିଲା । ପରେ ଅଞ୍ଚଳବାସୀମାନଙ୍କୁ କମ୍ବଳ, ଛତା, ଲାଇଟ ଓ ଛାତ୍ରଛାତ୍ରୀଙ୍କୁ ମାଗଣା ଖାତା, ପେନ୍, ପେନସିଲ ଓ ପାଣି ବୋତଲ ଆଦି ପୋଲିସ ପ୍ରଦାନ କରିଥିଲା । ଏହାପରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ଏହି ମୈ÷ତ୍ରୀମେଳାକୁ ଜିଲ୍ଲା ପୋଲିସ କର୍ମୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Related posts

୨୨ରୁ ହାଇକୋର୍ଟରେ ଗ୍ରୀଷ୍ମ ଛୁଟି

mahabharatanews

ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ପକ୍ଷରୁ ଜଳଛତ୍ର ଉଦ୍ଘାଟନ ହୋଇଯାଇଛି

mahabharatanews

ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବହୁ ପଦବୀ ଖାଲି ରହିଛି। ଗୃହର ବହୁ ସଦସ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି।

mahabharatanews