ଓଡିଶାରାଜନୀତି

ବ୍ରହ୍ମଗିରି ବିଧାୟିକାଙ୍କ ଭୋଟକୁ ନେଇ ଦେଖାଦେଇଛି ବିବାଦ

ଚାଲିଛି ରାଜ୍ୟସଭା ନିର୍ବାଚନ ଲାଗି ମତଦାନ । ବିଧାନସଭାର ୫୪ ନମ୍ବର ରୁମରେ ଚାଲିଛି ଭୋଟିଂ। ୪ଟି ରାଜ୍ୟସଭା ଆସନରେ ୫ ପ୍ରାର୍ଥୀ ଙ୍କ ଚାଲିଛି ଲଢେଇ । କାହାର ହେବେ ରାଜ୍ୟସଭା ଆସନ, କିଏ ମାରିବ ବାଜି ସେ ନେଇ ବଢୁଛି ଉତ୍କଣ୍ଠା ।  ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ଅପହରାହ୍ଣ ୫ଟାରେ ଭୋଟ ଗଣତି ହେବ । ରାଜ୍ୟସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ୫ ପ୍ରାର୍ଥୀ ୪ଟି ଆସନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ମତଦାନ ଆରମ୍ଭରୁ ପ୍ରଥମ ଭୋଟ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ବ୍ରହ୍ମଗିରି  ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ କୁ ନେଇ ଦେଖାଦେଇଛି ବିବାଦ । ଓଭର ରାଇଟିଙ୍ଗ ପାଇଁ ଦେଖାଦେଇଛି ବିବାଦ । ଭୋଟ ଦେବାପାଇଁ ଲେଖା ଯାଉଥିବା ପେନ ନଚାଲିବାରୁ ଆଉ ଗୋଟେ ବାଲଟ ପେପର ମାଗିଥିଲେ ଉପାସନା । ତେବେ ଏହାକୁ ବିରୋଧ କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ । ଫଳରେ କିଛି ସମୟ ପାଇଁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା ।

Related posts

ସୋନପୁରରେ ପତାକା ଉତ୍ତଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

mahabharatanews

ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀଙ୍କ ୮୧ବର୍ଷରେ ପରଲୋକ

mahabharatanews

ସୁଶାନ୍ତଙ୍କ ମା’ଙ୍କୁ ସମ୍ବର୍ଦ୍ଧନା

mahabharatanews