ଓଡିଶା

ରେଭେନ୍ସା ପିକ୍ନିକ୍ ବସ ଦୁର୍ଘଟଣାଗ୍ରସ୍ତ, ୩୫ ଛାତ୍ରଛାତ୍ରୀ ଆହତ

ମହାଭାରତ : କଟକରୁ ପିକ୍ନିକ୍ ପାଇଁ ଯାଇଥିବା ଏକ ବସ୍ ଗଞ୍ଜାମ ଜିଲ୍ଲା ତପ୍ତପାଣି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତପ୍ତପାଣି ଘାଟିରେ ବସ ବ୍ରେକ୍ ଫେଲ ହୋଇ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ୩୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟର ଏକ ପିକ୍ନିକ୍ ବସ ଛାତ୍ରଛାତ୍ରୀଙ୍କୁ ନେଇ ଗଞ୍ଜାମ ଓ ଗଜପତି ଯାଇଥିଲା । ବସରେ ୫୨ ଜଣ ଛାତ୍ରଛାତ୍ରୀ ଥିଲେ । ତପ୍ତପାଣି ଘାଟି ଠାରେ ବସ୍ର ବ୍ରେକ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ପରେ ଘାଟିର ହନୁମାନ ମନ୍ଦିର ନିକଟରେ ଥିବା ରାସ୍ତାରେ ଓଲଟି ପଡିଥିଲା । ଏଥିରେ ବସରେ ଥିବା ୩୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପିକ୍ନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି ।

Related posts

ଚୀନ ସୀମାରେ ରାସ୍ତା ନିର୍ମାଣ ଶେଷ କଲା ଭାରତ, ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

mahabharatanews

ପୋଲ ତଳକୁ ଖସିଗଲା କାର

mahabharatanews

ମାଓ ନେତା ଏମକେସିଜି ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଇଏନଟି ବିଭାଗରେ ଭର୍ତ୍ତି

mahabharatanews

Leave a Comment