ଓଡିଶା

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

(ମହାଭାରତ, ସୋର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗୁଳିଆ ମାଧବ ଗାଁରେ ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ତାଙ୍କ ନାଁ ଭରତ ଦାସ (୩୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି ଏକ କଥାକୁ ନେଇ ଯୁବକଙ୍କର ତାଙ୍କ ସ୍ତ୍ରୀର ସହ ପାଟିତୁଣ୍ଡ ହୋଇଥିଲା । କିଛି ନଖାଇ ସେ ଉପାସରେ ଶୋଇଥିଲେ । ପରଦିନ ସକାଳେ ସ୍ତ୍ରୀ ତାଙ୍କୁ ଡାକିବାରୁ ସେ ଉଠି ନଥିଲେ । ଏନେଇ ଶାଶଘର ଲୋକଙ୍କୁ ଯୁବକଙ୍କ ସ୍ତ୍ରୀ ଜଣାଇଥିଲେ । କିନ୍ତୁ ସେତେବେଳକୁ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ଯୁବକଙ୍କୁ କେହି ଜଣେ ହତ୍ୟା କରିଛି ବୋଲି ତାଙ୍କ ପତ୍ନୀ କହିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Related posts

ସୋମବାର, ଗୁରୁବାର ଓ ଶନିବାର ରାଜ୍ୟରେ ଟୀକାଦାନ ହେବ

mahabharatanews

ମାଲକାନଗିରି: ଆହାର କେନ୍ଦ୍ରକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

mahabharatanews

ଏସଆଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

mahabharatanews