ଓଡିଶା

ଲକଡାଉନରେ ଫାଇନାନ୍ସ କମ୍ପାନୀର ନାଲିଆଖି

(ସୂର୍ଯ୍ୟକାନ୍ତ ବେହେରା / ମାଲକାନାଗିରି): ଋଣ ପରିଶୋଧ ପାଇଁ ଗାଁରେ ମହିଳାଙ୍କୁ ଧମକଚମକ ଦେଖେଇ ଟଙ୍କା ଆଣିଥିଲ ଏବେ ଶୁଝି ପାରୁନ କାହିଁକି, ଘଣ୍ଟା ଘଣ୍ଟା ଘରେ ବସୁଛନ୍ତି ଏଜେଣ୍ଟ। ଧମକ ଚମକ ଦେବାକୁ ମଧ୍ୟ ପଛାଉ ନାହାନ୍ତି କମ୍ପାନୀର ଏଜେଣ୍ଟ। ମାଲକାନଗିରି କାଲିମେଳା ଏମଭି ୯୬ ଗାଁରେ ତେଜିଲା ଜନ ଅସନ୍ତୋଷ।ଲଙ୍କଗ୍ଦସକ୍ଟଦ୍ଭ ଫାଇନାନ୍ସ କମ୍ପାନୀର ଜୁଲମ । ହାଣ୍ଡି ବିକ ପଇସା ଦିଅ, ଜମି ବିକ ପଇସା ଦିଅ, ଘର ବିକ ପଇସା ଦିଅ । ଋଣ ଆଦାୟ ପାଇଁ ଏଭଳି ଚାପ ପକାଉଛନ୍ତି ଫାଇନାନ୍ସ କମ୍ପାନୀ । କରୋନା ଠାରୁ ବଳିପଡିଛି ଫାଇନାନ୍ସ କମ୍ପାନୀର ଜୁଲମ।ସୂଚନା ଯୋଗ୍ୟ ଯେ ଗ୍ରାମର ମହିଳା ମାନେ ଲଙ୍କଗ୍ଦସକ୍ଟଦ୍ଭ ଫାଇନାନ୍ସ କମ୍ପାନୀରୁ ରୁଣ ନେଇଥିଲେ। ଏବ୍ଂ ରୁଣ ନେଇଥିବା ଟଙ୍କା ବିଭିନ୍ନ କ୍ଷେତ୍ର ରେ ବିନିଯୋଗ ମଧ୍ୟ କରି ସାରିଛନ୍ତି। ଏବେ ଲକ୍ ଡାଉନ ସରି ଅନଲକ ଚାଲିଥିଲେ ମଧ୍ୟ ସେମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ହେଇନି ତେଣୁ ସେମାନେ ସୁଧ ଟଙ୍କା ସୁଝି ପାରୁନାହାନ୍ତି। ଏମିତିରେ ବି ସରକାର ଙ୍କର ନିୟମ ରହିଚି ଏହି ମହାମାରୀ ସମୟରେ ଫାଇନାନ୍ସ କମ୍ପାନୀ ଆର୍ଥ ଆଦାୟ କରି ପାରିବେ ନାହିଁ ବୋଲି କରି ଏଭଲି ସମୟରେ ଏଭଲି ଫାଇନାନ୍ସ କମ୍ପାନୀ ର ଜୁଲମ୍ ଏବଂ ଏଭଲି ଅଭଦ୍ର ବ୍ୟବହାରକୁ ନିନ୍ଦା କରାଯାଇଛି।
କମ୍ପାନୀ ଏଜେଣ୍ଟଙ୍କ କହିବା କଥା ଯେ ଆମେ କୌଣସି ପ୍ରକାର ଗାଳିଗୁଲଜ କରି ନାହିଁ ଆମେ ବୁଝାଉ ଥିଲୁ। ଏମଭି ୯୬ ଗ୍ରାମ ବାସୀ ଙ୍କର କହିବା କଥା ଯେ ଆଗକୁ ପୁଣି ଯଦି ଫାଇନାନ୍ସ କମ୍ପାନୀ ଗାଁ କୁ ଆସି କରି ମା ମହିଳା ମାନଙ୍କୁ ଏଭଲି ଅଭଦ୍ରାମି ପଦର୍ଶନ କଲେ ସେମାନଙ୍କୁ ଗ୍ରାମରେ ବାନ୍ଧି ରଖି ପୋଲିସର ଜିମା ଦିଆଯିବ।

Related posts

ସ୍ୱତନ୍ତ୍ର ଭାରତୀୟ ସ୍ଥଳ ସେନା – ଅଗ୍ନିବୀର ପଦବୀ ନିମନ୍ତେ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

mahabharatanews

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ

mahabharatanews

ସାବଧାନ ! ରାତି ପାହିଲେ ଖୋଲିବ ଗେଟ

mahabharatanews