ଓଡିଶା

ଲକଡାଉନ ଉଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

(କଣିହାଁ /ଜ୍ୟୋତି ରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ପୋଲିସ ଶୁକ୍ରବାର ଲକଡାଉନ ଉଲଂଘନ ଅଭିଯୋଗରେ ୪ଦୋକାନ ସିଲ କରିଛି । ଏନଟିପିସି ଲକ୍ଷ୍ମୀବଜାର ମାର୍କେଟରୁ ୩ଟି ଓ ବାଇପାସ୍ ରୋଡ ତେଲିସିଂହା ମାର୍କେଟରୁ ଗୋଟିଏ ଦୋକାନ ସିଲ ହୋଇଛି । ଏନଟିପିସି ଟାଉନ ଆଇଆଇସି ଦୀପିକା ଦେବୀ ରାଓ ଆଜି ୧୨ଟା ସମୟରେ ସାମାଜିକ ଦୂରତା ଭଙ୍ଗ ନେଇ ପୂଜା ଲେଡିଜ କର୍ଣ୍ଣର, ଓଁ ମା’ ଭୈରବୀ ପୂଜା ଆଦି ୨ଦୋକାନକୁ ସିଲ୍ କରିଥିଲେ । ସେହିପରି ଜିଲ୍ଲା ପ୍ରଶାସନର ନିର୍ଦ୍ଧାରିତ ସମୟ ଅତିକ୍ରମ ପରେ ଦୋକାନ ଖୋଲିଥିବା ରାଜ ମୋବାଇଲ ପଏଣ୍ଟଣ୍ଟ ଏବଂ ଦିଲିପ ଭେରାଇଟ ଷ୍ଟୋର ନାମକ ରାସନ ଦୋକନ ଗୁଡିକୁ ସିଲ କରିଥିବା ସହିତ ୪ଦୋକାନୀ ମାଲିକଙ୍କୁ ୪୧ ସିଆରପିସିରେ ଥାନା ପକ୍ଷରୁ ଜାମିନ ପ୍ରଦାନ କରାଯାଇଛି ବୋଲି ଆଇଆଇସି ଦୀପିକା ଦେବୀ ରାଓ ସୂଚନା ଦେଇଛନ୍ତି । ଆଇଆଇସି ଦୀପିକା ଦେବୀ ରାଓଙ୍କ ଏଭଳି କଠୋର ପଦକ୍ଷେପ କୁ ସାଧାରଣରେ ପ୍ରସଂଶା କରାଯାଇଛି । ସରକାରଙ୍କ ଲକଡାଉନ ସମୟ ପର୍ଯ୍ୟନ୍ତ ସମଗ୍ର ଏନଟିପିସି ଥାନା ଇଲାକାରେ ଏଭଳି ଆଭିମୁଖ୍ୟ ଗ୍ରହଣ କରାଯାିବ ବୋଲି ଶ୍ରୀମତି ରାଓ କହିଛନ୍ତି ।

Related posts

 ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ 

mahabharatanews

କୁସୁପୁର ଗଣହତ୍ୟା ଘଟଣା : ମୋବାଇଲ ଟର୍ଚ ଲାଇଟ ପକାଇ କଦଳୀ ଗଛକୁ ହାଣୁ ଥିଲା ଶିବ!

mahabharatanews

କ୍ୱାରାଣ୍ଟାଇନ ରୁମରେ ଅବ୍ୟବସ୍ଥା,ସରକାର ଙ୍କ ନିର୍ଦେଶକୁ ମାନୁନାହାନ୍ତି ସରପଞ୍ଚ

mahabharatanews