Uncategorized

ଲଛମନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା ବିତରଣ ଉତ୍ସବ

ହିଞ୍ଜିଳିକାଟୁ: ଆସିକା ଗୋଷ୍ଠୀ ଶିକ୍ଷା ଅଧୀନ ଏନଏସିର ୱାର୍ଡ ନମ୍ବର-୧୬ ଲଛମନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ଓ ଜୋତା ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ବେହେରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ବିଧାୟିକା ମଞ୍ଜୁଳା ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଅ ।ସିକା ବିଇଓ କୃତିବାସ ବାରିକ, ବିଦ୍ୟାଳୟ ପରି·ଳନା ପରିଷଦର ସଭାପତି ମାଧବ ବିଶ୍ୱାଳ,ବିଜେଡି ଯୁବ ବିଜେଡି ନେତା ନଚିକେତା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୦୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବିତରଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ସମସ୍ତ ସମସ୍ୟା ଉପରେ ଅ ।ଲୋଚନା କରାଯାଇଥିଲା । ସରକାରଙ୍କ ଦ୍ୱାରା ପ୍ରାଥମିକ ଶିକ୍ଷାର ସମସ୍ତ ପ୍ରକାର ଉନ୍ନତି ପାଇଁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୁସ୍ତକ, ଖେଳ ସାମଗ୍ରୀ, ପୋଷାକ, ଜୋତା,ମଧ୍ୟାହ୍ନ ଭୋଜନ, ବିଭିନ୍ନ ସ୍କଲାରସିପ ଦେବାରେ ଅ ।ମ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ ବୋଲି ମୁଖ୍ୟ ଅତିଥି ବିଧାୟିକା ମଞ୍ଜୁଳା ସ୍ୱାଇଁ ବକ୍ତବ୍ୟରେ କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ବେହେରା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

କେନ୍ଦ୍ର ସୂଚନା ମନ୍ତ୍ରଣାଳୟ ମାଗିଲେ ଆରୋଗ୍ୟ ସେତୁ ସଂକ୍ରାନ୍ତ ପୂର୍ଣ୍ଣ ତଥ୍ୟ

mahabharatanews

ସେନା ଗୁଳିରେ ୪ ଆତଙ୍କୀ ନିହତ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଉଁଶ ମାଛ

mahabharatanews

Leave a Comment