ଓଡିଶା

ଲାଞ୍ଚୁଆ କନଷ୍ଟେବଲଙ୍କ ଭିଡିଓ ଭାଇରାଲ

(ମହାଭାରତ, ଆନନ୍ଦପୁର): କିଛି ବେଆଇନ କାମ ସହଜରେ ହେବା ପାଇଁ ପୋଲିସକୁ ଲାଞ୍ଚ ଦେବାକୁ ପଡିଥାଏ ଏହା ସମସ୍ତେ ଜାଣନ୍ତି । ପୋଲିସ ବିଭାଗରେ ମଧ୍ୟ ଲାଞ୍ଚଖୋର କର୍ମଚାରୀ ଅଛନ୍ତି ତାହା ବି ସମସ୍ତଙ୍କୁ ଜଣା । ପୂର୍ବରୁ ପୋଲିସ ଲାଞ୍ଚ ନେଉଥିବା ବେଳେ ଧରାପଡିବା ଓ ସେମାନଙ୍କ ଫଟୋ ତଥା ଭିଡିଓ ରେକର୍ଡିଂ ଗଣମାଧ୍ୟମରେ ପ୍ରକାଶ ପାଇବା କିଛି ନୁଆ କଥା ମଧ୍ୟ ନୁହେଁ । ତେବେ ଥାନା ଓ ଡାକ୍ତରଖାନାଗୁଡିକ ୫-ଟି ଅନ୍ତର୍ଭୁକ୍ତ ହେବା ପରେ ପୋଲିସ ଲାଞ୍ଚ ନେଉଥିବା ବେଳର ଭିଡିଓ ଏବେ ଭାଇରାଲ ହୋଇଛି । ଘଟଣାଟି କେଉଁଝର ଜିଲ୍ଲାରେ ଘଟିଛି । ଏଠାରେ ଜଣେ କନଷ୍ଟେବଲ ଜଣେ ଦଲାଲଙ୍କ ଠାରୁ ଲାଞ୍ଚ ନେଉଥିଲେ । ତେବେ ଏହି ସମୟରେ କେହି ଜଣେ ତାଙ୍କ ଭିଡିଓ ରେକର୍ଡିଂ କରି ଏହାକୁ ଭାଇରାଲ କରିଛି । ସୂଚନା ଅନୁଯାୟୀ, କନଷ୍ଟେବଲ ଜଣକ ଆନନ୍ଦପୁର ଅନ୍ତର୍ଗତ ରାମଚନ୍ଦ୍ରପୁର ଥାନାର ଗୋପାଳ ପ୍ରସାଦ ନାଏକ । ଗୋରୁ ଚାଲାଣ କରିବା ପାଇଁ ଏକ ଗାଡିକୁ ପାର କରାଇଦେବାକୁ ନେଇ ଜଣେ ଦଲାଲଙ୍କ ଠାରୁ ସେ ଲାଞ୍ଚ ନେଉଥିଲେ । ଏହି ମୁହୂର୍ତ୍ତର କେହି ଭିଡିଓ ଜଣେ କେହି ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ତେବେ କେଉଁଝର ଏସପି ଏହି ଘଟଣା ଓ ଭିଡିଓ ସମ୍ପର୍କରେ ଖବର ପାଇବା ପରେ ଉକ୍ତ ଲାଞ୍ଚଖୋର କନଷ୍ଟେବଲଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Related posts

ଚାଲିଗଲେ ନନ୍ଦ ସାର

mahabharatanews

କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ୨ ଦିନିଆ ରିମାଣ୍ଡରେ ନେବ 

mahabharatanews

ଆଜି ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ

mahabharatanews