ମୁମ୍ବାଇ: ମୁମ୍ବାଇ ପୁଲିସ ଏଯାବତ୍ ୪ ଜଣଙ୍କୁ ବୁଲ୍ଲି ବାଈ ଆପକୁ ନେଇ ଆସିଥିବା ଅଭିଯୋଗ ଆଧାରରେ ଗିରଫ କରିଛି । ଏହି ଆପରେ ମୁଖ୍ୟତଃ ମୁସଲମାନ ମହିଳାଙ୍କ ଫଟୋ ଅନଲାଇନ ପୋଷ୍ଟ କରି ବଦନାମ କରାଯାଉଥି ପୁଲିସ କହିଛି । ପୁଲିସ ପକ୍ଷରୁ ଆହୁରି କୁହାଯାଇଛି, ଲୋକଙ୍କୁ ଭ୍ରମିତ କରିବାକୁ ଅଭିଯୁକ୍ତମାନେ ନିଜ ପରିଚୟ ଉହ୍ୟ ରଖି ସିଖ ସଂପ୍ରଦାୟର ନେତାଙ୍କ ନାମ ନିଜ ଟ୍ୱିଟର ହ୍ୟାଣ୍ଡଲରେ ବ୍ୟବହାର କରୁଛନ୍ତି । ଏହି ଆପର ଟ୍ୱିଟର ହ୍ୟାଣ୍ଡେଲ ଉତ୍ତରାଖଣ୍ଡରୁ ଗିରଫ ହୋଇଥିବା ୧୮ ବର୍ଷୀୟା ଯୁବତୀ କରିଛନ୍ତି ବୋଲି ପୁଲିସ କହିଛି ।
ଏଯାବତ୍ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଉତ୍ତରାଖଣ୍ଡର ହୋଇଥିବା ବେଳେ ଜଣେ ବାଙ୍ଗାଲୁରୁର ଇଞ୍ଜିନିୟରିଂ ଛାତ୍ର, ଜଣେ ଆସାମର ଓ ଜଣେ ମୁମ୍ବାଇର । ଏମାନଙ୍କ ବ୍ୟତୀତ ଏହି ମାମଲାରେ ଆହୁରି ବହୁ ଲୋକ ସାମିଲ ଅଛନ୍ତି । ଏପରି କି ବିଦେଶରୁ ଏହି ଆପ ଅପରେଟ ହେଉଥିବା ନେଇ ଯାଞ୍ଚ ଚାଲିଛି ।
previous post