ଅପରାଧ

ଶାଶୁକୁ ବୋହୁର ଥପ୍ପଡ ଉପରେ ଥପ୍ପଡ

(ହରିୟାଣା) ; ବୋୂହ ଶାଶୂକୁ ବାଡଉଛି ,ଏକଥା ଟି ଅବଶ୍ୟ କାନକୁ ଅଖାଡୁଆ ଲାଗୁଥିଲେ ବି କଥା ଟି ସମ୍ପୁଣ୍ଣ ସତ । ଯାହା ଭାଇରାଲ ହେଉଛି । ଏଠି ଶାଶୁ ବୋହୁକୁ ନୁହେଁ ବୋହୂ ଶାଶୂ କୁ ଦେଉଛି ଅକଥନୀୟ ନିର୍ଯାତନା । ତେବେ ଏହି ଘଟଣା ଦେଖିବାକୁ ମିଳିଛି ହରିୟାଣା ଗୁରୁଗ୍ରାମ ଜିଲ୍ଲାରେ । ବୋହୂ ଜଣକ ଶାଶୁକୁ ଖୁଲମ ଖୁଲା ମାଡ ମାରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହି ସମୟରେ ଘରର ଅନ୍ୟ ସଦସ୍ୟମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଘଟଣା ଅଧିକ ତୀବ୍ର ହୋଇଥିଲା । ଯେତେବେଳେ ପଡୋଶୀ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ ।ପ୍ରକୃତରେ, ପୀଡିତା ଶାଶୁ ତାଙ୍କ ପୁଅକୁ ଘରେ କାମ କରିବାକୁ କାମବାଲି ରଖିବାକୁ କହିଥିଲେ ।କାରଣ ଶାଶୁ ଉପର ମହଲାରେ ରୁହନ୍ତି ବୟସ ହୋଇଯାଇଥିବାରୁ ସେ ଆଉ କୌଣସି କାମ କରିପାରୁନାହାଁନ୍ତି ସେଥିପାଇଁ ସେ ଗୋଟିଏ ଚାକରାଣୀ ରଖିବାକୁ କହିଥିଲେ। ବାସ୍ ଏତିକିରେ ବୋହୁଙ୍କର ଚଢିଯାଇଥିଲା ପିତ । ରାଗିଯାଇ ଶାଶୁଙ୍କ ସହ ଝଗଡା କରିଥିଲେ । ଏତିକିରେ ବି ବୋହୂର ମନ ଶାନ୍ତି ହୋଇନଥିଲା ଯେ ଶାଶୂ ଉପରକୁ ହାତ ଉଠାଇଥିଲା । ପୋଲିସ ଘଟଣା ବିଷୟରେ ଜାଣି ଅଧିକ ତଦନ୍ତ କରୁଛି । ଅଭିଯୁକ୍ତ ବୋହୁକୁ ଅଟକ ରଖି ପଚରା ଉଚରା କରୁଛି ।

Related posts

ମାଙ୍କୁ ହତ୍ୟା କଲେ ଦୁଇ ଭଉଣୀ

mahabharatanews

ବନ୍ଧୁକ ମୁନରେ ୬ ଲକ୍ଷ ଟଙ୍କା ଲୁଟିନେଲେ

mahabharatanews

ରମାଦେବୀ ଛାତ୍ରୀଙ୍କ ମୃତଦେହ ଯାଜପୁରରୁ ଉଦ୍ଧାର

mahabharatanews