ଅପରାଧ

ଶିକ୍ଷୟିତ୍ରୀ ନିଖୋଜ ଘଟଣା: ୩ ନିଲମ୍ବନ

ବଲାଙ୍ଗୀର: ଶିକ୍ଷୟିତ୍ରୀ ନିଖୋଜ ଘଟଣା ରୋଚକ ମୋଡ ନେବାରେ ଲାଗିଛି । ଏହି ଘଟଣାରେ ବଲାଙ୍ଗୀର ଏସ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । କର୍ତ୍ତବ୍ୟରେ ଅବହେଳାକୁ ନେଇ ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଗତକାଲି ରାତିରୁ ଟିଟିଲାଗଡ ପୁଲିସ ବାରାକରୁ ଅଟକ ଥିବା ସ୍କୁଲ ସଭାପତି ଗୋବିନ୍ଦ ଫେରାର ହୋଇ ଯାଇଛନ୍ତି ।
ଘଟଣା ପରେ ଟିଟିଲାଗଡ଼ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ରାସ୍ତା ଘାଟ ସିଲ୍ କରି ଯାଞ୍ଚ କରାଯାଉଛି। ତେବେ ଗୋବିନ୍ଦ ସାହୁ ଚମ୍ପଟ ମାରିବା ଏବେ ମାମଲାରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ପୋଲିସ୍ ହେପାଜତରେ ଥିବା ଗୋବିନ୍ଦ କାହିଁକି ଫେରାର ହେଲେ ? ସେ ଚମ୍ପଟ ମାରିବା ପଛରେ କାହାର ହାତ ରହିଛି ? କିଭଳି ପୋଲିସ୍ ବ୍ୟାରେକ୍ରୁ ଚମ୍ପଟ ମାରିଲେ ଗୋବିନ୍ଦ ? ଏସବୁକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ବଲାଙ୍ଗିର ତୁରେକେଲା ଥାନା ଅଧୀନ ଝରଣୀ ଗାଁର ମମିତା ମେହେର ସ୍କୁଲ ଯିବା ପାଇଁ ଗତ ୮ ତାରିଖରେ ଘରୁ ବାହାରିଥିଲେ ଯେ ସେବେଠୁ ତାଙ୍କ ସମ୍ପର୍କରେ କିଛି ସୋର ଶବ୍ଦ ନାହିଁ। ଏହା ପଛରେ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ମାମଲାରେ ତାଙ୍କୁ ୪ ଦିନ ଧରି ଅଟକ ରଖି ପୁଲସ ପଚରାଉଚରା କରୁଥିଲା ।

Related posts

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

mahabharatanews

ଟିପିଏସ କଲେଜ ପ୍ରଫେସରଙ୍କୁ ଗୁଳିମାଡ

mahabharatanews

ଏନଆଇଏ ଦ୍ୱାରା ୯ ଆତଙ୍କବାଦୀ ଗିରଫ

mahabharatanews