ଓଡିଶା

ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ 

(ପୁରୀ) : ଆଜି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଏନେଇ ଚଳ ଚଞ୍ଚଳ କୃଷ୍ଣ ମନ୍ଦିର । ବୁଧବାର ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ । ସବୁଠି ପାଳନ ହେବ କୃଷ୍ଣ ଜନ୍ମୋତ୍ସବ ।

ସୂଚନାନୁଯାୟୀ , ପରମ୍ପରା ଅନୁସାରେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଜଗନ୍ନାଥଧାମ ପୁରୀ ପର୍ଯ୍ୟନ୍ତ ସବୁଆଡେ ପାଳନ ହେବ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ। ଦେଶରେ ବିଭିନ୍ନ ଧର୍ମପୀଠରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଇଥାଏ । ଶ୍ରୀମନ୍ଦିରରେ ବିଶେଷ ଭାବେ ଏହି ଜନ୍ମୋତ୍ସବ ପାଳିତ ହେବ । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ସନ୍ଧ୍ୟାଧୂପ ପରେ ଆଜି ଜୟବିଜୟ ଦ୍ୱାର ବନ୍ଦ କରାଯିବ । ଟେରା ବନ୍ଧା ହେବା ପରେ ମହାପ୍ରଭୁଙ୍କ ନିକଟରେ ଜେଉଡ ଭୋଗ ଅର୍ଥାତ ସାଗ, ତରକାରୀ, ପିଠା, ଝିଲି, ଖିରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯିବ । ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବେ ।

Related posts

ଆସନ୍ତାକାଲିଠୁ ଡାକ୍ତରୀ ନାମଲେଖା ପଞ୍ଜିକରଣ 

mahabharatanews

ଲକ୍ଷ୍ମଣନ୍ନାଥ ରୋଡ ରେଳ ଷ୍ଟେସନର ବିକାଶ ଦାବିରେ ଆମରଣ ଅନଶନ

mahabharatanews

ଆନ୍ଧ୍ରପ୍ରଦେଶରେ ସଡ଼କ ଦୁର୍ଘଟଣା , ୪ ଓଡ଼ିଆ ମୃତ

mahabharatanews