ଓଡିଶା

ସଂଗରୋଧ କେନ୍ଦ୍ରରେ ପରିଦର୍ଶନ କଲେ କଣିହାଁ ବିଡିଓ

(କଣିହାଁ/ଜ୍ୟୋତିରଂଜନ ଧର): ଗୁଜୁରାଟର ସୁରତ ସହରରେ ଶ୍ରମିକ ଭାବରେ କର୍ଯ୍ୟକରି ଆସୁଥିବା ୨୧ଜଣ ପ୍ରବାସୀ ଓଡିଆ ମଙ୍ଗଳବାର କଣିହାଁ ବ୍ଲକ କୁ ବସ୍ ଯୋଗେ ଫେରିଛନ୍ତି । ଏହି ପ୍ରବାସୀ ଓଡିଆଙ୍କ ଉଦ୍ଦିଷ୍ଟ କାଳିଆଦମା ଆଶ୍ରମ ସଂଗରୋଧ କେନ୍ଦ୍ର ରେ ପହଁଚିବାର ୫ଘଂଟା ପୂର୍ବରୁ ଘଟଣାସ୍ଥଳରେ କଣିହାଁ ଗୋଷ୍ଠି ଉନ୍ନୟନ ଅଧିକାରୀ ରମେଶ କୁମାର ଜେନା ସହିତ ଅନ୍ୟଅଧିକାରୀ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ପାଲଲହଡା ୧୪୯ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଖେମଳା ଉଚ୍ଚ ବିଦ୍ୟାଳୟ ଠାରେ ବସ୍ ଗତକାଲି ଭୋର୍ ସମୟରେ ପହଁଚିଥିଲା ବେଳେ ସଂପୃକ୍ତ ବସ୍ର ଯାନ୍ତ୍ରିକ ତୃଟି ଦେଖାଯାଇଥିଲା । ଏହି ୨୧ଜଣ ପ୍ରବାସୀ ଓଡିଆ ଫେରିଥିବା ବସ୍ ର ଯାନ୍ତ୍ରିକ ତୃଟି ଖବର ପାଇବା କ୍ଷଣି ଘଟଣାସ୍ଥଳକୁ ପାଲଲହଡା କ୍ଷେତ୍ରର ଯୁବ ବିଧାୟକ ମୁକେଶ୍ ପାଳ ପହଁଚି ଥିଲେ । ବିଧାୟକ ଶ୍ରୀ ପାଳ ପ୍ରବାସୀ ଓଡିଆ ମାନଙ୍କୁ ଜଳଖିଆ ବ୍ୟବସ୍ଥା ବୁଝିବା ସହିତ ସେଠାରୁ ଅନ୍ୟ ଏକ ବସ୍ ଯେ।।ଗେ କଳିଆଦମା ଆଶ୍ରମ ସ୍କୁଲକୁ ସକାଳ ୯ଘଂଟିକାରେ ପଠାଇଥିଲେ । । ବ୍ଲକସ୍ଥ ବାଲିପଶି ପଂଚାୟତ କାଳିଆଦମା ଆଶ୍ରମ ସ୍କୁଲରେ କଣିହାଁ ବ୍ଲକ ପ୍ରଶାସନ ପକ୍ଷରୁ ଏହି କ୍ୱାରେଣ୍ଟାଇନ କେନ୍ଦ୍ର ପ୍ରସ୍ତୃତି କରାଯାଇଛି । କାଳିଆଦମା ଆଶ୍ରମ ସ୍କୁଲରେ ପହଁଚିବା ପୂର୍ବରୁ କଣିହାଁ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ରମେଶ କୁମାର ଜେନା, ରେଙ୍ଗାଳି ପୋଲିସ୍, ସ୍ଥାନୀୟ ସରପଂଚ, ଆଶା ଓ ଅଙ୍ଗନାୱାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଅଧିକାଂଶ କଣିହାଁ ବ୍ଲକସ୍ଥ ବରପଦା ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସେମାନେ ସୁରତରେ ଶ୍ରମିକ ରୂପେ କାମ କରୁଥିଲେ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଜି ଠାରୁ ୧୪ ଦିନ ପାଇଁ ଏହି ସଂଗରୋଧ କେନ୍ଦ୍ରରେ ରହିବେ ଏବଂ ଏଥିପାଇଁ ପ୍ରଶାସନ ପକ୍ଷରୁ ମାଗଣା ଖାଦ୍ୟ ପେୟର ବ୍ୟବସ୍ଥା ରହିଛି ବୋଲି ବିଡିଓ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ବିଡିଓ ଶ୍ରୀଯୁକ୍ତ ଜେନା ପ୍ରତିଦିନ କଣିହାଁ ବ୍ଲକସ୍ଥ ସମସ୍ତ ସଂଗରୋଧ କେନ୍ଦ୍ର ଗୁଡିକକୁ ମାରାଥନ ଗ୍ରସ୍ତକରି ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ବ୍ୟବସ୍ଥାର ତଦାରଖ କରୁଛନ୍ତି । ବ୍ଲକସ୍ଥ ସମସ୍ତ ପଂଚାୟତ ଲୋକ ପ୍ରତିନିଧିଙ୍କ ସହିତ ଯୋଗାଯୋଗ କରି ଲୋକଙ୍କ ସୁବିଧା, ଅସୁବିଧା ବୁଝାବୁଝି କରି ପରିସ୍ଥିତି ଉପରେ କଡା ନଜର ରଖିଥିବା ପ୍ରକାଶ ।

Related posts

ଠକକୁ ପୋଲିସର ସାହାଯ୍ୟ ଅଭିଯୋଗ, ଗାଡି ଅଟକ ରଖିଲେ ଗ୍ରାମବାସୀ

mahabharatanews

ବବିଙ୍କ ପାଇଁ ରଘୁଙ୍କ କୁକୁର . . . . . ଫିଟିଯିବ କି ରଘୁଙ୍କ ଗୁମର !

mahabharatanews

ଜୋରସୋରରେ ଚାଲିଛି ବ୍ଲକ ଚେୟାରମ୍ୟାନ ନିର୍ବାଚନ

mahabharatanews