Uncategorized

ଲକଡାଉନର ୯ ମାସରେ ଭାରତରେ ସର୍ବାଧିକ ଶିଶୁ ଜନ୍ମ ହେବେ: ୟୁନିସେଫ୍

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶରେ ଜାରି ହୋଇଛି ଲକଡାଉନ । ଏହାକୁ ନେଇ ୟୁନିସେଫ ଅପକ୍ଷରୁ ଆସିଛି ଏକ ବୟାନ । ଲକଡାଉନର ୯ ମାସ ମଧ୍ୟରେ ଭାରତରେ ସର୍ବାଧିକ ଶିଶୁ ଜନ୍ମ ହେବେ, ଏପରି କହିଛି ୟୁନିସେଫ । ଅର୍ଥାତ୍ ଡିସେମ୍ବର ମାସରେ ଭାରତରେ ୨୦ ନିୟୁତରୁ ଅଧିକ ଶିଶୁ ଜନ୍ମ ଗ୍ରହଣ କରିବେ।

ପୂର୍ବରୁ ୟୁନାଇଟେଡ୍ ନେସନ୍‌ସ୍ ଚିଲ୍‌ଡ୍ରେନ୍ସ୍ ଫଣ୍ଡ୍ (ୟୁନିସେଫ୍) ବୁଧବାର ଦିନ କହିଛି ଯେ କରୋନାଭାଇରସ୍ ବିପତ୍ତି ସମୟରେ ବିଶ୍ବରେ ପ୍ରାୟ ୧୧୬ ନିୟୁତ ଶିଶୁ ଜନ୍ମ ନେବେ। ମାର୍ଚ ୧୧ ତାରିଖ ଦିନ କରୋନାଭାଇରସ୍ ମହାମାରୀ ରୂପେ ଚିହ୍ନିତ ହେବାର ୪୦ ସପ୍ତାହ ମଧ୍ୟରେ ଏହି ଶିଶୁମାନେ ଜନ୍ମ ଗ୍ରହଣ କରିବେ ବୋଲି ଆକଳନ କରାଯାଇଛି। ଡିସେମ୍ବର ୧୧ ପରେ ଭାରତରେ ୨୦.୧ ନିୟୁତ ‌ଶିଶୁ ଜନ୍ମ ହେବା ବେଳେ ଚୀନ୍‌ରେ ୧୩. ୫ ନିୟୁତ, ନାଇଜେରିଆରେ ୬. ୪ ନିୟୁତ, ପାକିସ୍ତାନରେ ୫ ନିୟୁତ ଏବଂ ଇଣ୍ଡୋନେସିଆରେ ୪ ନିୟୁତ ଶିଶୁ ଜନ୍ମ ନେବେ ବୋଲି କଳନା କରାଯାଇଛି।

Related posts

୧୧ ଆକ୍ରାନ୍ତ ପରେ ପଞ୍ଜାବରେ ଲକଡାଉନ

mahabharatanews

ପକ୍ଷୀ ପ୍ରେମିକଙ୍କ ସହର ନୈନିତାଲ୍

mahabharatanews

ଲଦାଖରେ ୪.୫ ତୀବ୍ରତାର ଭୂକମ୍ପନ 

mahabharatanews