ଓଡିଶା

ସତ୍ୟବାଦୀରେ କିରୋସିନି ହରିଲୁଟ

(ଜୟନ୍ତ ସେଠି/ ଗୋପ): ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ଡିଲର ଓ ବ୍ଳକ ଯୋଗାଣ ନୀରିକ୍ଷିକାଙ୍କ ମିଳିତ ସହଯୋଗରେ ଲକ୍ଷାଧିକ ଟଙ୍କା ଲୁଟ କରି ନେଇ ଥିବା ଅଭିଯୋଗ ଆଣିଲେ ସତ୍ୟବାଦୀ ବ୍ଳକର ୨୪ ଟି ଗ୍ରାମ ପଞ୍ଚାୟତର ପ୍ରାୟ ୨୫ ହଜାର ରାଶନ କାର୍ଡଧାରୀ ମାନେ । ସୂଚନା ଯୋଗ୍ୟ ଯେ ସତ୍ୟବାଦୀ ବ୍ଳକରେ କିରୋସିନି ଦରରେ ବଡ ଘୋଟାଲା ହୋଇଥିବା ଏବେ ନଜରକୁ ଆସିଛି । ଏପ୍ରେଲ ମାସରେ କିରୋସିନି ଲିଟର ପିଛା ୩୫ ଟଙ୍କାରେ କିଣିବାକୁ ଡିଲରମାନଙ୍କୁ ପଡିଥିଲା ବେଳେ ତାହା ୩୭ ଟଙ୍କାରେ ଡିଲର ମାନେ ଦୁଇ ଲିଟରକୁ ୭୪ ଟଙ୍କା ନେବା ବଦଳରେ କାର୍ଡଧାରୀ ମାନଙ୍କ ଠାରୁ ୮୦ ଟଙ୍କା ନେଇଛନ୍ତି । ଲିଟର ପ୍ରତି ୩ ଟଙ୍କା ଡିଲର କାହିଁକି ନେଉଛି ସେ ବିଷୟରେ ଅଭିଯୋଗ କରାଯିବା ପରେ ମଧ୍ୟ ବ୍ଳକ ଯୋଗାଣ ନୀରିକ୍ଷିକା କହନ୍ତି ତାଙ୍କର ଖର୍ଚ୍ଚ ଅଧିକ ପଡି ଯାଉଛି ସେଥିଯୋଗୁ ସେମାନେ ଅଧିକ ଦାମରେ ବିକ୍ରୟ କରୁଛନ୍ତି । ମେ ମାସରେ ତୈଳ ଦର କମି ଯିବାରୁ ଡିଲର ମାନଙ୍କୁ ୧୨. ୯୭ ପଇସା କିଣିବା ପାଇଁ ପଡିଥିଲା । ଯାହାକି ୧୫ଟଙ୍କାରେ ମାସକୁ ଦୁଇ ଲିଟର କରି ୩ ମାସର ୬ ଲିଟର କିରୋସିନି ଦେବା କଥା । ମାତ୍ର ଯୋଗାଣ ବିଭାଗ ପକ୍ଷରୁ ନିଜ ଦୋଷକୁ ଲୁଚାଇବାକୁ ଯାଇ କରୋନା ପାଇଁ ସ୍ୱତନ୍ତ୍ର କିରୋସିନି ଆସିଛି ଲିଟର ପ୍ରତି ୧୮ ରୁ ୧୯ଟଙ୍କା ଦରରେ ବିଭିନ୍ନ ଡିଲର ମାନେ ୫ /୬ଲିଟର କିରୋସିନି ପ୍ରଦାନ କଲେ । ଯାହା ଫଳରେକି ସତ୍ୟବାଦୀ ବ୍ଳକରେ ଲକ୍ଷ ଲକ୍ଷ ଟଙ୍କା ଡିଲର ମାନଙ୍କ ଦ୍ୱାରା ଆଦାୟ କରାଯାଇଛି ବୋଲି ଜଣାପଡିଛି । ତୁରନ୍ତ ପୁରୀ ଜିଲ୍ଲାପାଳ ନଜର ଦେବାକୁ ସତ୍ୟବାଦୀ ଖାଉଟି ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

Related posts

ଡୁକୁରା ରେଞ୍ଜରେ ପଥର ମାଫିଆଙ୍କ ଏକଛତ୍ରବାଦ ସାମ୍ରାଜ୍ୟ

mahabharatanews

ନବରଙ୍ଗପୁରରେ ଜିଲ୍ଲା କଂଗ୍ରେସର ବନ୍ଦ ଡାକରା

mahabharatanews

ବଢୁଛି ଶୀତ 

mahabharatanews