ଓଡିଶା

ପୁଣି ହିଂଜିଳିରେ ହୋଇଛି କଡା କଡ଼ି ଯାଞ୍ଚ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): କରୋନାର ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଛି। ରାଜ୍ୟ ସରକାର ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସକାଳ ୭ରୁ ରାତି ୭ ଟା ପର୍ୟ୍ୟନ୍ତ ଲକ୍ଡାଉନକୁ କୋହଳ କରିଛନ୍ତି। ରାତି ୭ଟା ପରେ ଅନେକ ଅମାନିଆ ବିନାକାରଣରେରେ ବାଇକରେ ରାଉଣ୍ଡ ମାରୁଛନ୍ତି। ବାରମ୍ବାର ସଚେତନା କଲେ ମଧ୍ୟ କିଛି ଅମାନିଆ ନିୟମ ମାନିବାକୁ ନାରାଜ। ମଙ୍ଗଳ ବାର ରାତ୍ରି ସମୟରେ ବିନା କାରଣରେ ବାହାରକୁ ଆସି ବାଇକ୍ରେ ବୁଲୁଥିବା ଅମାନିଆକୁ ଧରି ତାଗିତ କରିଛନ୍ତି ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ। ହିଞ୍ଜିଳିକାଟୁ ବିଜୁପଟ୍ଟନାୟକ ଛକରେ ଆଇଆଇସି ଦାସଙ୍କ ନେତୃତ୍ୱରେ ବ୍ଲକିଂ କରାଯାଇ ଅମାନିଆଙ୍କୁ ଅଟକ ରଖି ସରକାରଙ୍କ ସମସ୍ତ ନିୟମ ମାନିବା ପାଇଁ ତାଗିତ କରି ଛାଡିଥିଲେ । ଆଜି ଠାରୁ ନିୟମ ଭଙ୍ଗ କରୁଥିବା ଅମାନିଆମାନଙ୍କ ବାଇକ୍ ସିଜି କରାଯିବ ବୋଲି ଆଇଆଇସି ଦାସ ସୂଚନା ଦେଇଛନ୍ତି ।

Related posts

ରେଳ ଦୁର୍ଘଟଣା: ସିବିଆଇ ତଦନ୍ତ ଆରମ୍ଭ

mahabharatanews

ଗାଡି ଧକ୍କାରେ ପର୍ଯ୍ୟଟକ ଗୁରୁତର

mahabharatanews

ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ

mahabharatanews