ଓଡିଶା

ସମଗ୍ର ଦେଶରେ ଏନଟିପିସି ସଂସ୍ଥା ୬୨,୧୧୦ ମେଗାଓା୍ୱଟ ବିଦ୍ୟୁତ୍ ଉତ୍ପାଦନରେ ଅଗ୍ରଣୀ ଭୂମିକା

କଣିହାଁ/ଜ୍ୟୋତିରଂଜନ ଧର: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସି, କଣିହାଁ ପ୍ରକଳ୍ପ ଚଳିତ ମାସ ୯ତାରିଖରେ ଶହେ ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ କରି ରେକଡ୍ ସୃଷ୍ଟି କରିଛି । ସର୍ବୋଚ୍ଚ (ପିଏଲଏଫ) ବିଦ୍ୟୁତ୍ କ୍ଷମତା ଉପଯୋଗ କରି ଏହି ଏନଟିପିସି ଦିପଶିଖା, କଣିହାଁ ପ୍ରକଳ୍ପ ଏକ ମାଇଲଖୁଣ୍ଟ ହାସଲ କରିଛି, ଯାହାକି ଦେଶରେ ଥିବା ଅନ୍ୟ ଏନଟିପିସି ସର୍ବୋଚ୍ଚ ଷ୍ଟେଷନ ମାନଙ୍କୁ ପଛରେ ପକାଇ ଏକ ସ୍ୱତନ୍ତ୍ରସ୍ଥାନ ସୃଷ୍ଟି କରିପାରିଛି । ସମଗ୍ର ଦେଶରେ ଥିବା ସର୍ବବୃହତ ବିଜୁଳି ଉତ୍ପାଦନକାରୀ ଏନ୍ଟିପିସି ସଂସ୍ଥା ମଧ୍ୟରୁ ମଧ୍ୟପ୍ରଦେଶର ୪୭୬୦ ମେଗାଓା୍ୱଟ ଶକ୍ତି ବିନ୍ଧ୍ୟାଚଳ ପ୍ରଜେକ୍ଟ, ଛତିଶଗଡସ୍ଥିତ ୨୯୮୦ ମେଗାଓା୍ୱଟ ଶକ୍ତି ସିପାଟ୍ ପ୍ରକଳ୍ପ, ଏନଟିପିସି ଦିପଶିଖାସ୍ଥିତ ୩ହଜାର ମେଗାଓା୍ୱଟ୍ ଶକ୍ତି ଉତ୍ପାଦନ କ୍ଷେତ୍ର ଏହି ସମସ୍ତ ପ୍ରକଳ୍ପ ମେ ମାସ ୯ରେ ଶତ ପ୍ରତିଶତ (ପିଏଲଏଫ) ବିଜୁଳି କ୍ଷମତା ତଥା ବ୍ୟବହାର ପ୍ରଦର୍ଶନ କରିପାରିଛି । ଏଥି ସହିତ ନିରବଛିନ୍ନ ବିଦ୍ୟୁତ ଯୋଗାଣ ସାଙ୍ଗକୁ ଏନଟିପିସି କର୍ମଚାରୀଙ୍କ କଲ୍ୟାଣ ସୁନିଶ୍ଚିନ୍ତ କରିବା ପାଇଁ ଆଗାମୀ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ସର୍ବୋତ୍ତମ ଜଳ ବିଦ୍ୟୁତ୍ ପ୍ରକଳ୍ପ ରୂପେ ହିମାଚଂଳ ପ୍ରଦେଶରେ ନିର୍ମାଣ ହେବାକୁ ଯାଉଛି । ବିଶେଷକରି କଣିହାଁ ଏନଟିପିସି କାରଖାନାର ସାମାଜିକ ଦାୟିତ୍ୱବୋଧ ଜରୀଆରେ ପାରିପାର୍ଶିକ ଗ୍ରାମାଚଂଳ ଅଧିବାସୀଙ୍କ ଆର୍ଥିକ ସ୍ଥିତି କୁ ମଜବୁତ କରିବା ସହିତ ବିଭିନ୍ନ ଏସଏଚ୍ଜି ଗ୍ରୁପର ମହିଳା ମାନଙ୍କୁ ସ୍ୱାଭଲମ୍ବି କରିପାରିଛି । ପ୍ରକଳ୍ପରେ ନିୟୋଜିତ କର୍ମଚାରୀ ମାନଙ୍କ କାର୍ଯ୍ୟସ୍ଥଳରେ ଇନ୍ଫରମେସନ ଟେକ୍ନୋଲଜି ସହାୟତାରେ ସିଫ୍ଟ କାମ ଯାରୀ ରଖିଛି । ଏନେଇ ଏନଟିପିସି ମାନବ ସମ୍ବଳ ବିଭାଗ ସମସ୍ତ ଉଦ୍ୟମ ଯାରୀ ରଖିଛି । କଣିହାଁ ବିଦ୍ୟୁତ୍ କେନ୍ଦ୍ର ୩ହଜାର ମେଗାଓା୍ୱଟ ଶକ୍ତିତ୍ତଉତ୍ପନ କରି ପୂର୍ବ, ଦକ୍ଷିଣ ଓ ଉତ୍ତର ପୂର୍ବ ଭାରତକୁ ମରାମାରୀ କୋଭିଡି-୧୯ ରେ ଦେଶ ବ୍ୟାପି ତାଲବନ୍ଦ ଯାରୀ ରହିଥିବା ବେଳେ ନିରବଛିନ୍ନ ସେବା ଯୋଗାଇବାରେ ସକ୍ଷମ ହୋଇ ପାରିଛି ବୋଲି ଏନଟିପିସି ଲୋକସମ୍ପର୍କ ଅଧିକାରୀ ଅମିତ ବେହେରା ପ୍ରକାଶ କରିଛନ୍ତି । ଏହି ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ କର୍ମଚାରୀ ଦିବା ରାତ୍ରି ଆଟି ର ସାହାରା ନେଇ କାର୍ଯ୍ୟ କରୁଛନ୍ତି । ଏହା ବ୍ୟତିତ କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ନେଇ ସଚେତନତା କାର୍ଯ୍ୟକ୍ରମ, ସାସାମାଜିକ ଅନଗ୍ରସର, ଶ୍ରମିକ, ଲେବର, ଗରିବ ପରିବାର, ପ୍ରବାସୀ ଶ୍ରମିକ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ, ମାକ୍ସ, ସାବୁନ, ବିତରଣ କାର୍ଯ୍ୟ ଯାରି ରଖିଛି ଏହି କଣିହାଁ ପ୍ରକଳ୍ପ । ସାରା ଦେଶରେ ୨୪ଟି କୋଇଲା ଭିତିକ, ୭ଟି ଚକ୍ର ଗ୍ୟାସ୍/ ତରଳ ଇନ୍ଧନ, ଗୋଟିଏ ଜଳ ବିଦ୍ୟୁତ୍ ଓ ୧୩ଟି ନବୀକରଣୀୟ ଉର୍ଜ୍ଜା ସହିତ ୨୮ ଜେଭି ପାୱାର କେନ୍ଦ୍ରରୁ ଏନଟିପିସି ସଂସ୍ଥା ୬୨,୧୧୦ ମେଗାଓା୍ୱଟ ବିଦ୍ୟୁତ୍ ଉତ୍ପାଦନ କରିବାରେ ସମର୍ଥ ହୋଇପାରିଛି ।

Related posts

ମଦ୍ୟପାନ କରି ଗାଡି ଚଳାଇବା ପଡିବ ମହଙ୍ଗା ; ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀ କରିବେ ସ୍ୱତନ୍ତ୍ର ଯାଞ୍ଚ

mahabharatanews

ଘନ କୁହୁଡି ପାଇଁ ୧୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି 

mahabharatanews

ରାଜ୍ୟରେ ବର୍ଷା କମିବା ପରେ ବଢିବାରେ ଲାଗିଛି ତାପମାତ୍ରା,ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ

mahabharatanews