ଓଡିଶା

ସରପଞ୍ଚଙ୍କ ଘରେ ବୋମାମାଡ ଅଭିଯୋଗ

(ମହାଭାରତ, ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ହୁଗୁଳାପଟା ସରପଞ୍ଚଙ୍କ ଘର ଉପରେ ବୋମାମାଡ ହୋଇଥିବା ବ୍ରହ୍ମପୁର ସଦର ଥାନାରେ ଅଭିଯୋଗ ହୋଇଛି । ବୋମାମାଡ଼ କରିଥିବା ବ୍ୟକ୍ତି ସରପଞ୍ଚ ପ୍ରଦୀପ ମଲଣାଙ୍କୁ ହତ୍ୟା ଧମକ ଦେଇଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଛି । ଏଭଳି କାଣ୍ଡ ପଛରେ ଗଙ୍ଗା ଦାସ ନାମକ ଜଣେ ଅପରାଧୀର ହାତ ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତ ସୋମବାର ହୁଗୁଳାପଟା ସରପଞ୍ଚଙ୍କ ବାଲାଜୀପଲ୍ଲୀ ଗାଁରେ ଥିବା ଘର ଉପରେ ଗଙ୍ଗା ୩ଟି ବୋମାମାଡ କରିଥିଲେ । ଏହାସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏନେଇ ବ୍ରହ୍ମପୁର ଥାନାରେ ସରପଞ୍ଚ ପ୍ରଦୀପ ମଲଣା ଅଭିଯୋଗ କରିଥିଲେ । ତେବେ ଏକ ହତ୍ୟାକାଣ୍ଡ ମାମଲାରେ ଦୀର୍ଘ ବର୍ଷ ଧରି ଗଙ୍ଗା ଜେଲରେ ରହିବା ପରେ ଏବେ ଫେରିଥିବା ସରପଞ୍ଚ କହିଛନ୍ତି । ସୋମବାର ସନ୍ଧ୍ୟାରେ ସନ୍ଧ୍ୟାରେ ସେ ହୁଗୁଳାପଟା ସରପଞ୍ଚଙ୍କ ଘର ଉପରେ ବୋମାମାଡ କରି ଏବେ ହତ୍ୟା ଧମକ ଦେଇଛି । ତେବେ ଥାନାରେ ଏସମ୍ପର୍କରେ ଅଭିଯୋଗ ଦାଖଲ ହେବା ପରେ ସରପଞ୍ଚଙ୍କ ଘର ଆଗରେ ପୋଲିସ ମୁତୟନ ହୋଇଛି । ଏହାସହ ବୋମାମାଡ଼ ଘଟଣାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ।
ବ୍ରହ୍ମପୁର ସଦର ଥାନା ଅଂଚଳରେ ହୁଗୁଳାପଟା ସରପଞ୍ଚଙ୍କ ଘର ଉପରେ ବୋମାମାଡ଼ ସହ ହତ୍ୟା ଧମକ ଅଭିଯୋଗ । ପୂର୍ବରୁ ଏକ ହତ୍ୟାକାଣ୍ଡରେ ୨୪ବର୍ଷ ଜେଲ୍ରେ ରହି ଫେରିଥିବା ଗଙ୍ଗା ଦାସ ଗତକାଲି ସଂଧ୍ୟାରେ ବାଲାଜିପଲ୍ଲୀ ଗାଁରେ ଥିବା ସରପଞ୍ଚ ପ୍ରଦୀପ ମଲଣାଙ୍କ ଘର ଉପରୁକ ୩ଟି ବୋମାମାଡ଼ କରିବା ସହ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଗାଁରେ ପୋଲିସ ମୁତୟନ ସହ ଘଟଣାର ତଦନ୍ତ କରୁଛି ପୋଲିସ ।

୨୪ ବର୍ଷ ଜେଲରେ ରହିବା ପରେ ମଧ୍ୟ ସୁଧୁରିଲାନି ଜଣେ ବ୍ୟକ୍ତି । ୧୯୯୫ ମସିହା ହତ୍ୟାକାଣ୍ଡ ଘଟଣାରେ ୨୪ ବର୍ଷ ଜେଲରେ ରହି ଗତ ଏକ ବର୍ଷ ହେଲା ଜେଲରୁ ମୁକୁଳିଛି ଗଙ୍ଗାଧର ଦାସ । ସୋମବାର ସନ୍ଧ୍ୟାରେ ବୋମାମାଡ କରିବା ସହ ହୁଗୁଳାପଟା ସରପଞ୍ଚକୁ ହତ୍ୟା ଧମକ ଦେଇଛି ଗଙ୍ଗାଧର । ଏନେଇ ସରପଞ୍ଚ ଓ ତାଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି ।

ଏଭଳି ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅଂଚଳରେ । ହୁଗୁଳାପଟା ସରପଞ୍ଚଙ୍କ ଘର ଉପରେ ବୋମାମାଡ଼ ସହ ହତ୍ୟା ଧମକ ଅଭିଯୋଗ । ପୂର୍ବରୁ ଏକ ହତ୍ୟାକାଣ୍ଡରେ ୨୪ବର୍ଷ ଜେଲ୍ରେ ରହି ଫେରିଥିବା ଗଙ୍ଗା ଦାସ ଗତକାଲି ସଂଧ୍ୟାରେ ବାଲାଜିପଲ୍ଲୀ ଗାଁରେ ଥିବା ସରପଞ୍ଚ ପ୍ରଦୀପ ମଲଣାଙ୍କ ଘର ଉପରକୁ ୩ଟି ବୋମାମାଡ଼ କରିବା ସହ ହତ୍ୟା ଧମକ ଦେଇଥିଲା । ତେବେ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ ।

Related posts

ସରପଞ୍ଚ ସଂଘ ତରଫରୁ ଆର୍ଥିକ ସହାୟତା ପ୍ରଦାନ

mahabharatanews

ହାଉସ୍‌ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ

mahabharatanews

ଚୌଟାଲାଙ୍କ ଫାର୍ମ ହାଉସ ଉପରେ ଇଡିର ଚଢାଉ

mahabharatanews