ଓଡିଶା

ଚୌଟାଲାଙ୍କ ଫାର୍ମ ହାଉସ ଉପରେ ଇଡିର ଚଢାଉ

(ଚଣ୍ଡିଗଡ /ମହାଭାରତ ): ହରିଆଣାର ପୂର୍ବ ମୁଖ୍ୟମନ୍ତ୍ରୀ ଓ ଇନେଲୋ ସୁପ୍ରିମୋ ଓମ ପ୍ରକାଶ ଚୌଟାଲାଙ୍କ ସିରସା ସ୍ଥିତ ତେଜା ଖେଡା ଫାର୍ମ ହାଉସ ଉପରେ ବୁଧବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି । ଇଡି ଚଢାଉ ସାରି ୨ଟାରେ ଫେରିଯିବା ବେଳକୁ ଏକ ନୋଟିସ ଲଗାଇ ଦେଇଛି । ଚଢାଉଟି ଚଣ୍ଡିଗଡ ଜୋନର ଇଡି ଦଳ ଦ୍ୱାରା ହୋଇଛି, ଅଧିକାରୀମାନେ ସିଆରପିଏଫ ଗାଡିରେ ଆସିଥିଲେ ।
ସୂଚନା ଅନୁଯାୟୀ, ଜେବିଟି ଭର୍ତ୍ତି ଘୋଟାଲାରେ ୧୦ ବର୍ଷର କାରାଦଣ୍ଡ ଭୋଗୁଛନ୍ତି ଚୌଟାଲା । ସେ ୭ ବର୍ଷର ବନ୍ଦୀ ଜୀବନ କଟାଇଛନ୍ତି । ଏବେ ସେ ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ ମନମୋହନ ଓ ଜଷ୍ଟିସ ସଂଗୀତା ଦିଙ୍ଗରା ସହଗଲଙ୍କ ଖଣ୍ଡପୀଠ ସମ୍ମୁଖରେ ରାହାତି ପାଇଁ ଯାଚିକା ଦାୟର କରିଥିଲେ । ଯାଚିକାରେ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗତାକୁ ଆଧାର କରି ରିହାତି ମଗା ଯାଇଛି ।

Related posts

ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ନେଇ ଆଲୋଚନା ପର୍ୟ୍ୟାଲୋଚନା

mahabharatanews

ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ଯୁବ କଂଗ୍ରେସର ବିରୋଧ

mahabharatanews

ରାଜ୍ୟରେ ବଜ୍ରପାତ ହେତୁ ୫ ମୃତ

mahabharatanews