ଓଡିଶା

ସାଇକେଲରେ ଜଗଦଲପୁରରୁ ଝାରଖଣ୍ଡକୁ ଯାତ୍ରା

(ଟୁକୁନା ଖରା/ନବରଙ୍ଗପୁର): ଲକଡାଉନ ଯୋଗୁଁ ଅଥୟ ହେଲେଣି ଦାଦନ ଶ୍ରମିକ। ଲକଡାଉନ ଯୋଗୁଁ ସମସ୍ତ ସେବା ବନ୍ଦ ଥିବାରୁ ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇ ସାଇକେଲ ରେ ଯାତ୍ରା କରୁଛନ୍ତି ଶ୍ରମିକ। ଯାହାକି ସେମାନଙ୍କୁ ସୀମା ପାର ହେବାକୁ ବାଧ୍ୟ କରୁଛି। ନବରଙ୍ଗପୁର ଜିଲ୍ଲା ଚନ୍ଧାହାଣ୍ଡି ବ୍ଲକ ପାଟଖଳିଆ ଅଞ୍ଚଳରେ ଏମିତି କିଛି ଦାଦନ ଙ୍କ କରୁଣ ଚିତ୍ର ଦେଖିବାକୁ ମିଳିଛି। ଏହି ଶ୍ରମିକମାନେ ଛତିଶଗଡ଼ର ଜଗଦଲପୁର ଉପକଣ୍ଠ ନଗରନାର କାରଖାନାରେ ଶ୍ରମିକ ଭାବେ କାର୍ୟ୍ୟ କରୁଥିଲେ।ତେବେ ସେଠାରେ କାର୍ୟ୍ୟ ବନ୍ଦ ହେବାରୁ ଏହି ୬ ଜଣ ଦାଦନ ଶ୍ରମିକଙ୍କୁ ଜୀବିକା ହରାଇବାକୁ ପଡିଥିଲା। ସେମାନେ କେମିତି ରହିବେ, କୋଉଠି ଖାଇବେ ସେହି ଚିନ୍ତାରେ ଦୀର୍ଘ ଦିନ ହେବ ଦିନ କାଟୁଥିଲେ । ଶେଷରେ ଗୁଗୁଲ ମ୍ୟାପ ସହାୟତାରେ ସାଇକେଲ ଯୋଗେ ଜଗଦଲପୁର ରୁ ନିଜ ରାଜ୍ୟ ଝାରଖଣ୍ଡ ଯିବାକୁ ବାହାରି ପଡ଼ିଥିଲେ। ଜଙ୍ଗଲ ରାସ୍ତା ଦେଇ ଚନ୍ଧାହାଣ୍ଡି ବ୍ଲକ ପାଟଖଳିଆ ଅଞ୍ଚଳରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖି ଉଦ୍ଧାର କରାଯାଇଥିଲା ପରେ ପଂଚାୟତ ରେ ଥିବା ଅସ୍ଥାୟୀ ସଂଘରୋଧ କକ୍ଷରେ ସ୍ଥାନୀୟ ସରପଞ୍ଚ ଙ୍କ ତତ୍ୱବଧାନରେ ରଖାଯାଇ ବ୍ଲକ ପ୍ରଶାସନ କୁ ଖବର ଦେଇଥିଲେ। କିନ୍ତୁ ସେମାନେ ସେଠାରେ ନରହି ଅନ୍ୟତ୍ର ଖସି ଚାଲି ଯାଇଥିଲେ। ବ୍ଲକ ପ୍ରଶାସନ ଓ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ଜଙ୍ଗଲ ରାସ୍ତା ଦେଇ ଚାଲି ଯାଇଥିଲେ। ଏହି ଶ୍ରମିକ ମାନେ ରାତାରାତି ସାଇକେଲ ଯୋଗେ ପୁଣି ଯାତ୍ରା ଆରମ୍ଭ କରିଥିବା ବେଳେ ସେମାନେ କିଭଳି ଭାବେ ତାଙ୍କ ନିଜ ଗନ୍ତବ୍ୟସ୍ଥଳ ପହଞ୍ଚିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related posts

ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ 

mahabharatanews

ବୁଲା ଜୀବଙ୍କୁ ଖାଦ୍ୟ ଯୋଗାଇଦେବେ ରାଜ୍ୟ ସରକାର

mahabharatanews

ଶ୍ରେଷ୍ଠ ୧୦୦ ତାଲିକାରେ ଉତ୍କଳ ବିଶ୍ୱବିଦ୍ୟାଳୟ

mahabharatanews