ଓଡିଶା

କୂଅରେ ପଡିଯାଇଥିବା ଚିତା ବାଘକୁ ଉଦ୍ଧାର କଲା ବନ ବିଭାଗ

(ଜୟନ୍ତ ସେଠୀ / ଗୋପ): ପୁରୀ କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଅଞ୍ଚଳରେ ଏକ କୂଅରୁ ପଡି ଯାଇଥିବା ଛୋଟ ଚିତା ବାଘ କୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ସ୍ଥାନୀୟ ପରଳା ଗ୍ରାମରେ ଏକ କୂଅରେ ଏକ ଚିତା ବାଘଟି ଖସି ପଡିଥିବା ଲୋକ ଦେଖି ଥିବା ପରେ ଗ୍ରାମର ଲୋକମାନେ ବନ ବିଭାଗ ଓ ଅଗ୍ନିଶମ ବିଭାଗଙ୍କୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ଯାଇ ଉକ୍ତ କୂଅରୁ ଛୋଟ ଚିତା ବାଘଟିକୁ ଉଧାର କରିଥିଲେ। ବାଘଟି ପାଣି ପଡି ଯାଇ ଥିବାରୁ କୂଅ ବାହାରକୁ ଆସି ପାରୁ ନ ଥିଲା। ତେବେ ଏକ ବାଉଁଶ ପାଣି ରେ ପକାଯିବା ପରେ ଉକ୍ତ ବାଉଁଶ ସାହାଯ୍ୟ ରେ ଚିତା ବାଘ ଟି କୁଅ ଉପରକୁ ଡିଆଁ ମାରି ପଳାଇ ଥିଲା। ତେବେ ନିକଟରେ ଥିବା ନୂଆପଡା ଜଙ୍ଗଲ ଅଞ୍ଚଳରୁ ଏହି ଛୋଟ ଚିତା ବାଘ ଟି ଗ୍ରାମ ଭିତରକୁ ଆସିଥିବା ଜଙ୍ଗଲ ବିଭାଗ କହିଛି। ତେବେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Related posts

ପୂର୍ବତନ କଂଗ୍ରେସ ସାଂସଦ ତଥା ସୁଲେଖକ କାର୍ତ୍ତିକେଶ୍ୱର ପାତ୍ରଙ୍କ ପରଲୋକ

mahabharatanews

୯୮୮୧ ଭୋଟରେ ଜିତିଲେ ସୂର୍ଯ୍ୟବଂଶୀ

mahabharatanews

ଅତାବିରାରେ ଚାଷୀଙ୍କ ରାସ୍ତା ଅବରୋଧ

mahabharatanews