ଓଡିଶା

ସାମାନ୍ୟ ଅଣଦେଖା ଭୟଙ୍କର ହୋଇପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା କମିଛି ଏହା ଆମପାଇଁ ଆଶ୍ବସ୍ତିକର ବିଷୟ । କିନ୍ତୁ ସାମାନ୍ୟ ଅବହେଳା ଓ ଅଣଦେଖା ଭୟଙ୍କର ହୋଇପାରେ । ଏମିତି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ କରୋନା କମିଥିଲେ ମଧ୍ୟ ଢିଲା ମାରିବା ଅନୁଚିତ । ଯଦିଓ ବର୍ତ୍ତମାନ ରାଜ୍ୟରେ ପଜିଟିଭିଟି ରେଟ୍ କମ୍ ଅଛି ଓ ଆମେ ଭଲ ସ୍ଥିତିରେ ଅଛୁ, ହେଲେ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ। ସାମାନ୍ୟ ଅସତର୍କତା ପାଇଁ କୌଣସି ବି ସମୟରେ ସଂକ୍ରମଣ ବଢ଼ିପାରେ।
ମହାପାତ୍ର କେରଳ ଓ ମହାରାଷ୍ଟ୍ରର ର ଉଦାହରଣ ଦେଇ କହିଛନ୍ତି, କେରଳରେ ସଂକ୍ରମଣ ବଢ଼ି ଚାଲିଥିଲା, ଏବେ କମୁଛି। ଅନ୍ୟପଟରେ କିଛିଦିନ ପୂର୍ବେ ମହାରାଷ୍ଟ୍ରରେ ସଂକ୍ରମଣ କମିଥିଲା, ଏବେ ପୁଣି ବଢୁଛି। ତେଣୁ ଆମକୁ ସତର୍କ ରହିବାକୁ ହେବ । ସେ ଆହୁରି କହିଛନ୍ତି, ପୂର୍ବରୁ ଏକ୍ସପର୍ଟମାନେ କହିଥିଲେ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମଧ୍ୟରେ କୌଣସି ସମୟରେ ସଂକ୍ରମଣ ବଢ଼ିପାରେ। ସଂକ୍ରମଣକୁ ରୋକିବା ପାଇଁ ଯେଉଁ ବ୍ୟବସ୍ଥା ଗ୍ରହଣ କରାଯାଇଛି, ତାହା ଜାରି ରଖିବା ଉଚିତ୍। ସମସ୍ତେ ସତର୍କ ରହି କରୋନା କଟକଣାକୁ ମାନନ୍ତୁ, ନିଜ ଦାୟିତ୍ୱ ନିଜେ ନିଅନ୍ତୁ । ଭାରତରେ ଏବେ ମହାମାରୀ ଶେଷ ହେବାକୁ ଯାଉଛି, ଯଦି ଆମେ ସଚେତନ ନ ହେବା ତାହା ପୁଣି ଭୟଙ୍କର ହେବ । ତେଣୁ ଆମକୁ ସତର୍କ ହେବା ଦରକାର । ଲକ୍ଷଣ ଦେଖାଦେଲେ ଡାକ୍ତରୀ ପରାମର୍ଶ ନେବାକୁ ସେ କହିଛନ୍ତି ।

 

Related posts

ଖଇରମାଳ ବ୍ୟାରେଜ ନିର୍ମାଣ ଦାବି ନେଇ ପୁଣି ଉଠିଲା ସ୍ୱର

mahabharatanews

ମ।।ଲକାନାଗିରି ଗସ୍ତରେ କେନ୍ଦ୍ର ମାଓ ପରାମର୍ଶଦାତା

mahabharatanews

ଓଡ଼ିଶାରେ କରୋନା; କେପି.୨ର ୧୭ ମାମଲା

mahabharatanews