ଓଡିଶା

ରାଜ୍ୟରେ ୧୦୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର/ଶିଳାସ୍ମିତା ରାୟ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୧୭୫କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୬୬୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୪୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଗଞ୍ଜାମ ଜିଲାରେ ସର୍ବାଧିକ ୨୪୫ ଆକ୍ରାନ୍ତ ଓ ଖୋର୍ଦ୍ଧାରୁ ୧୯୪ ଆକ୍ରାନ୍ତ ରହିଛନ୍ତି । । ମୋଟ ୨୮ଟି ଜିଲ୍ଲାରୁ ଚହି୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୧୦୬୮ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରେ ୨୪୫ ଆକ୍ରାନ୍ତ, ଖୋର୍ଦ୍ଧାରୁ ୧୯୪ ଆକ୍ରାନ୍ତ, ଅନୁଗୋଳ ଜିଲାରୁ ୨୦, ବାଲେଶ୍ଵର ୨୯, ବରଗଡ଼ ୫, ଭଦ୍ରକ ୪, ବଲାଙ୍ଗିର ୨୬, କଟକ ୬୧, ଦେବଗଡ଼ ୨ ଓ ଢେଙ୍କାନାଳରୁ ୧, ଗଜପତି ୮୮, ଗଞ୍ଜାମ ୨୪୫, ଜଗତସିଂହପୁର ୩, ଯାଜପୁର ଓ ଝାରସୁଗୁଡ଼ାରୁ ୧୨ ଲେଖାଏ ଆକ୍ରାନ୍ତ ରହିଛନ୍ତି। ସେହିପରି କଳାହାଣ୍ଡିରୁ ୧୯, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ା ୮, ଖୋର୍ଦ୍ଧା ୧୯୪, କୋରାପୁଟ ୬୬, ମାଲକାନଗିରି ୧, ମୟୂରଭଞ୍ଜ ୨୦, ନବରଙ୍ଗପୁର ୨୬ , ନୟାଗଡ଼ରୁ ୨୯, ନୂଆପଡ଼ାରୁ ୧୧, ପୁରୀରୁ ୧୬, ରାୟଗଡ଼ାରୁ ୨୪, ସମ୍ବଲପୁର ୨୧, ସୁବର୍ଣ୍ଣପୁର ୨ ଏବଂ ସୁନ୍ଦରଗଡ଼ରୁ ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts

କାନକୁହାଳିଙ୍କ ପ୍ରରୋଚନାକୁ ସାବଧାନ

mahabharatanews

ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ୭୪୩ ପଜିଟିଭ୍‌ ଚିହ୍ନଟ

mahabharatanews

୪ରୁ ଏକ ଲଘୁଚାପ ,ବଢିବ ବର୍ଷା 

mahabharatanews