ଓଡିଶା

ସାଲତରା ବାଲୁଙ୍କେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

(ମହାଭାରତ, ବୋଲଗଡ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଧିନସ୍ଥ ସଇତରା ଗାଁରେ ଶ୍ରୀଶ୍ରୀ ବାବା ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୪ ଦିନ ଧରି ଚାଲିଥିବା ଏହି ଯଜ୍ଞର ପ୍ରଥମ ଦିନରେ ଶିବାର୍ଚ୍ଚନା, ନଗରକୀର୍ତ୍ତନ କରାଯାଇଥିଲା । ପରେ ଗାଁ ପୋଖରୀରୁ ମହିଳା ଓ ପୁରୁଷମାନେ ୧୦୮ କଳସ ଧରି ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ । ଏହାପରେ ଯଜ୍ଞସ୍ଥଳରେ ପହଞ୍ଚିବା ପରେ ଘଟ ସ୍ଥାପନ କରାଯାଇଥିଲା । ପ୍ରଥମେ ତୀର୍ଥାବାହାନ, ମଣ୍ଡଳିକରଣ, ଅଗ୍ନିସ୍ଥାପନ ଏବଂ ପରେ ଯଜ୍ଞ କୁଣ୍ଡରେ ଆହୁତି ଦିଆଯାଇଥିଲା । ଦ୍ୱିତୀୟ ଦିନ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ତେବେ ଶେଷ ଦିନ ସୂର୍ଯ୍ୟପୂଜା, ଗୋ-ପୁଜା ପରେ ଶିବ ମନ୍ତ୍ର ପଢି ବିଧିବଦ୍ଧ ଭାବେ ପୂର୍ଣ୍ଣାହୁୁତି ଶେଷ ହୋଇଛି । ଏହି ଯଜ୍ଞରେ ଯୋଗ ଦେବାକୁ ଦୂରଦୂରାନ୍ତରୁ ଭକ୍ତମାନେ ଆସିଥିଲେ । ଶ୍ରଦ୍ଧାଳୁମାନଙ୍କୁ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା । ବିଶ୍ୱଶାନ୍ତି ମହାଯଜ୍ଞ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ଭିଡ ଜମିଥିଲା ।

Related posts

ଉତ୍ତର ଓଡିଶାର ଟାଣୁଆ ନେତା ମଦନ ମୋହନଙ୍କ ପରଲୋକ

mahabharatanews

ସମଗ୍ର ଦେଶରେ ଏନଟିପିସି ସଂସ୍ଥା ୬୨,୧୧୦ ମେଗାଓା୍ୱଟ ବିଦ୍ୟୁତ୍ ଉତ୍ପାଦନରେ ଅଗ୍ରଣୀ ଭୂମିକା

mahabharatanews

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

mahabharatanews