ଓଡିଶା

ସୁରଟ ଫେରନ୍ତାକୁ ରାତ୍ରି ଯାପନ ପାଇଁ ମିଳିଲା ରାସ୍ତା କଡ

(ହିଞ୍ଜିଳିକାଟୁ/ ରଜନୀକାନ୍ତ ପାତ୍ର): ସୁରଟରୁ ୫୬ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ୍ ରବିବାର ରାତି ପ୍ରାୟ ୧୧ଟାରେ ପୁରୁଷୋତ୍ତମପୁରରେ ପହଞ୍ଚିଥିଲା। ମାତ୍ର ଏମାନଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରକୁ ନେବାଲାଗି ବ୍ଲକ ପ୍ରଶାସନର ଦେଖା ମିଳି ନ ଥିଲା। ବସ୍ରୁ ଓହ୍ଲାଇ ବାହାରେ ବୁଲୁଥିବାରୁ ତହସିଲଦାର ଅରୁଣ କୁମାର ନାୟକଙ୍କୁ ଲୋକେ ଜଣାଇଥିଲେ। ତହସିଲଦାର ଓ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ପହଞ୍ଚି ଶୁଖିଲା ଖାଦ୍ୟ ଓ ପାଣି ଯୋଗାଇ ଦେଇଥିଲେ ମଧ୍ୟ ବିଡିଓଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ରାତିସାରା ଯାତ୍ରୀମାନେ ରାସ୍ତା କଡରେ ରହିଥିଲେ। ସୋମବାର ସକାଳୁ ବିଡିଓଙ୍କ ସହ ଯୋଗାଯୋଗ କରି ସମସ୍ତଙ୍କୁ ପ୍ରତାପୁର କ୍ବାରାଣ୍ଟାଇନ ସେଣ୍ଟରକୁ ନିଆଯାଇଥିଲା। ସୋମବାର ସକାଳେ ମଧ୍ୟ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ଗୁଡିକ ସହର ମଧ୍ୟରେ ବହୁ ସମୟ ଧରି ରହିବାରୁ ଯାତ୍ରୀମାନେ ଗାଡିରୁ ଓହ୍ଲାଇ ଦୋକାନରୁ କିଣାକିଣି କରୁଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Related posts

ବହଳଦା ବ୍ଲକରୁ ଉଦ୍ଧାର ହେଲା ଗୁପ୍ତଚର ପାରା, ଫାଣ୍ଡିରେ ଜିମା ଦେଲେ ଉଦ୍ଧାରକାରୀ

mahabharatanews

ବ୍ୟାଣ୍ଡପାର୍ଟି ଗାଡି ଓଲଟି ୨୦ ଆହତ

mahabharatanews

ବାଣ ବିକ୍ରି ଓ ଫୁଟାଇବା ଉପରେ ନିଷେଦ୍ଧାଦେଶ କାହା ପାଇଁ?

mahabharatanews