(ମହାଭାରତ): ବଦଳୁଥିବା ଲାଇଫ ଷ୍ଟାଇଲ ଓ ଦିନକୁ ଦିନ ବଢୁଥିବା ଷ୍ଟ୍ରେସ କାରଣରୁ ଏବେକା ସମୟରେ ଅଧିକାଂଶ ଲୋକ ଚାପ ଗ୍ରସ୍ତ ରହୁଛନ୍ତି । ଏସବୁ ବାଦ ଗ୍ରହ ମାନଙ୍କର ପ୍ରଭାବ ବି ଦୈନନ୍ଦିନ ଜୀବନ ଉପରେ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ଗୁଡିକ ବିଷୟରେ କହିବାକୁ ଯାହାକୁ ଉପଯୋଗ କରି ଆପଣ ନିଜକୁ ତଥା ନିଜ ପରିବାରକୁ ସହଜରେ ଚାପମୁକ୍ତ ରଖିପାରିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ:-
ବୈବାହିକ ଜୀବନରେ ଅଶାନ୍ତି ଲାଗି ରହୁଥିଲେ:
ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳାମାନଙ୍କ ବୃହସ୍ପତି ଦୁର୍ବଳ ସ୍ଥିତିରେ ଥାନ୍ତି । ସେମାନଙ୍କ ବୈବାହିକ ଜୀବନ କଷ୍ଟ ଭରା ହୋଇଥାଏ । ଯଦି ଚନ୍ଦ୍ରମାଙ୍କ ସହିତ ଶୁକ୍ର ପ୍ରଭାବିତ ଥାନ୍ତି ତେବେ ପୁରୁଷଙ୍କ ବୈବାହିକ ଜୀବନ ଉପରେ ପ୍ରଭାବ ପଡିଥାଏ । ସେମାବାର ଦିନ ମହାଦେବ ଶିବଙ୍କୁ ଇତ୍ର ଅର୍ପଣ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହାସହ ଶିବ ଲିଙ୍ଗ ଉପରେ ଜଳ ମଧ୍ୟ ଢାଳିବା ଉଚିତ ।
ଶୁକ୍ରବାର ଦିନ ଖଟା ଜାତୀୟ ଖାଦ୍ୟଠାରୁ ଯଥା ସମ୍ଭବ ଦୂରେଇ ରହିବା ଉଚିତ ।
ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲେ:
ଆଜିର ସମୟରେ ଅଧିକାଂଶ ଲୋକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ ବ୍ୟସ୍ତ ରହୁଛନ୍ତି । ଯଦି ଆପଣ ବି ସମାନ ସମସ୍ୟାର ସମ୍ମୁଖୀନ ତେବେ ସୋମବାର ଦିନ ନିଜ ହାତରେ ଖିରି ପ୍ରସ୍ତୁତ କରି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ପରେ ଏହି ଖିରି ପ୍ରସାଦ ଆକାରରେ ନିଜେ ଖାଆନ୍ତୁୁ ।
ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।
ଚାକିରୀ ଜନିତ ସମସ୍ୟା ଥିଲେ:
ଯଦି ଆପଣ ନିଜ କାର୍ଯ୍ୟାଳୟରେ କୌଣସି ପ୍ରକାର ଅସୁବିଧାର ସାମ୍ନା କରୁଥାନ୍ତି ତେବେ ଶନିବାର ପାଣିରେ କଞ୍ଚା କ୍ଷୀର ମିଶାଇ ମହାଦେବଙ୍କୁ ସମର୍ପଣ କରନ୍ତୁ । ଏହାସହ ଅଶ୍ୱସ୍ତ ଗଛ ତଳେ ସୋରିଷ ତେଲର ଏକ ଦୀପ ଜଳାନ୍ତୁ । ସମ୍ଭବ ହେଲେ କୌଣସି ଗରିବ ପିଲାକୁ ବସ୍ତ୍ର ଦାନ କରନ୍ତୁ ବା ଭୋଜନ କରାନ୍ତୁୁ ।
ସନ୍ତାନଙ୍କ ପାଇଁ ଚିନ୍ତିତ ଥିଲେ:
ମା-ବାପା ମାନେ ସାଧାରଣତଃ ସନ୍ତାନମାନଙ୍କ ଭବିଷ୍ୟତକୁ ନେଇ ଚିିିନ୍ତାରେ ରୁହନ୍ତି । ଏସମସ୍ୟାରୁ ମୁକୁଳିବା ପାଇଁ ସୋମବାର ଶିବଙ୍କୁ ପଞ୍ଚାମୃତ ଅର୍ପଣ କରନ୍ତୁୁ । ଦେଖିବେ କିଛି ଦିନ ଭିତରେ ଅବସ୍ଥା ସୁଧୁରିଯିବ ।