(ରିପୋଟର୍ସ ଟୁଡେ): ୪ ବିଧାୟକଙ୍କୁ ତାଲା । ଏହି ବିଧାୟକମାନେ ହେଲେ ଆଳି ବିଧାୟକ ପ୍ରତାପ ଦେବ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ରାଜନଗର ବିଧାୟକ ଧ୍ରୁବଚନ୍ଦ୍ର ସାହୁ । ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଲା ପରେ ଜଣେ ମହିଳା କନେଷ୍ଟବଳ ରାଗିଯାଇ ଜଣେ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇଥିଲେ । ତା ପରେ ବିଧାୟକ ବୁଝାଶୁଝା କରିବାକୁ ଆସିବା ପରେ ତାଲା ପଡିଛନ୍ତି ।
ଗତକାଲି ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣାରେ ବିଜେପି ପକ୍ଷରୁ ଗଣଧାରଣା ଦିଆ ଯାଇଥିବା ବେଳେ ଏହି ଖବର ସଂଗ୍ରହ କରିବାକୁ ଯାଇ ଥିବା ଙ୍ଗରଭ ମିଡ଼ିଆର ପ୍ରତିନିଧିଙ୍କୁ ଖବର ସଂଗ୍ରହ ବେଳେ ମହିଳା କନେଷ୍ଟବଳ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ବିରୋଧରେ ଆକ୍ସନ ନେବା ସହ ଗିରଫ କରିବା ଦାବିରେ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ କରିଥିଲେ । ଆଉ ୪ ବିଧାୟକ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିବା ସମୟରେ ସେମାନଙ୍କୁ ଅଫିସରେ ତାଲା ମାରି ଦେଇଛନ୍ତି ସାମ୍ବାଦିକମାନେ।