ଓଡିଶା

ସୋସିଆଲ ମିଡିଆ ପୋଷ୍ଟରେ ୪ ବିଧାୟକଙ୍କୁ ତାଲା

(ରିପୋଟର୍ସ ଟୁଡେ): ୪ ବିଧାୟକଙ୍କୁ ତାଲା । ଏହି ବିଧାୟକମାନେ ହେଲେ ଆଳି ବିଧାୟକ ପ୍ରତାପ ଦେବ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ରାଜନଗର ବିଧାୟକ ଧ୍ରୁବଚନ୍ଦ୍ର ସାହୁ । ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଲା ପରେ ଜଣେ ମହିଳା କନେଷ୍ଟବଳ ରାଗିଯାଇ ଜଣେ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇଥିଲେ । ତା ପରେ ବିଧାୟକ ବୁଝାଶୁଝା କରିବାକୁ ଆସିବା ପରେ ତାଲା ପଡିଛନ୍ତି ।
ଗତକାଲି ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣାରେ ବିଜେପି ପକ୍ଷରୁ ଗଣଧାରଣା ଦିଆ ଯାଇଥିବା ବେଳେ ଏହି ଖବର ସଂଗ୍ରହ କରିବାକୁ ଯାଇ ଥିବା ଙ୍ଗରଭ ମିଡ଼ିଆର ପ୍ରତିନିଧିଙ୍କୁ ଖବର ସଂଗ୍ରହ ବେଳେ ମହିଳା କନେଷ୍ଟବଳ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ବିରୋଧରେ ଆକ୍ସନ ନେବା ସହ ଗିରଫ କରିବା ଦାବିରେ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ କରିଥିଲେ । ଆଉ ୪ ବିଧାୟକ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିବା ସମୟରେ ସେମାନଙ୍କୁ ଅଫିସରେ ତାଲା ମାରି ଦେଇଛନ୍ତି ସାମ୍ବାଦିକମାନେ।

Related posts

ଆମ୍ବୁଲାନ୍ସ ଫେରିଗଲା, ଜିପରେ ପ୍ରସବ କଲେ ପ୍ରସୂତୀ

mahabharatanews

ସୋମବାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ଲୋକାର୍ପିତ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ ବିଲ୍ଡିଂ

mahabharatanews