ଓଡିଶାପର୍ବ ପର୍ବାଣିଭାରତ

ମାଡି ଆସିବ କି ବିପତ୍ତି , ନୀଳ ଚକ୍ରରେ ପୁଣି ବସିଲା ଚିଲ ।

ଏଇ କିଛି ଦିନ ହେବ ଲଗାତାର ଭାବେ ମହାପ୍ରଭୁଙ୍କ ନୀଳ ଚକ୍ରରେ ଚିଲ ବିସିବା ଚିତ୍ର ସାମ୍ନାକୁ ଆସୁଛି । ଆଜି ମଧ୍ୟ ସମାନ ପ୍ରାୟ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ କଳ୍ପନା ଜଳ୍ପନା ଜାରି ରହିଛି । ଏହାକୁ ନଜରର ରଖି ଅନେକ ଶୁଭ ନା ଅଶୁଭ ଏନେଇ ମଧ୍ୟ ନାନା ତଥ୍ୟ ସାମ୍ନାକୁ ଆସୁଛି । ତେବେ ଆପଣ ଜାଣିଛନ୍ତି କି ନୀଳ ଚକ୍ରରେ ଚିଲ ବସିବା ଶୁଭ ନା ଅଶୁଭ । ତେବେ ଚିଲ ବସିବା ଘଟଣାକୁ ନେଇ ଚାରିଆଡେ ଆଲୋଚନା ବଢିଥିବାବେଳେ ପତିତପାବନ ବାନା ଉପରେ ଚିଲ ବସିବାକୁ ଅନେକ ସେବାୟତ ଅଶୁଭ ସଂଙ୍କେତ ବୋଲି କହୁଛନ୍ତି ।

ଠିକ୍ ସେମିତି ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ ବୋଲି କୁହାଯାଏ । ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର‌୍ୟ୍ୟୟ ସହ ଖାଦ୍ୟାଭାବ, ଗୃହ ଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ମଧ୍ୟ ମତପ୍ରକାଶ ପାଉଛି । ଅନ୍ୟପଟେ ଏହା ଏକ ସାଧାରଣ କଥା ବୋଲି କିଛି ସେବାୟତ ମତ ରଖୁଛନ୍ତି । ତେବେ ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ନୀଳଚକ୍ର ଚତୁଃପାଶ୍ୱର୍ରେ ଶହ ଶହ ଚିଲ ଉଡିବା ଘଟଣା ସାମ୍ନାକୁ ଆସିଥିଲା ମାନସିକ ବାନା ଛିଣ୍ଡିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବୁଧବାର ପୁନର୍ବାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିବାକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି । ଆଗକୁ କିଛି ବଡ଼ ବିପର୍ଯ୍ୟୟ ଘଟିବାକୁ ଯାଉଛି କି ? ସେଥିପାଇଁ ବୋଧହୁଏ ମହାପ୍ରଭୁ ବାରମ୍ବାର ଏଭଳି ସଙ୍କେତ ଦେଉଛନ୍ତି କି ବୋଲି ଅନେକ ଆଲୋଚନା କରୁଛନ୍ତି ।

Related posts

ଥାନାଧିକାରୀଙ୍କ ଟେବୁଲରେ ବସି ମଦ ପିଇବା ପଡ଼ିଲା ମହଙ୍ଗା : ବ୍ୟକ୍ତି ଜଣକ ଗିରଫ, ଆଇଆଇସି ନିଲମ୍ବିତ

mahabharatanews

ପୁଣିଥରେ କଂଗ୍ରେସରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂ

mahabharatanews

ଆରପାରିରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂହ କୁନ୍ନର

mahabharatanews